ନୂଆଦିଲ୍ଲୀ,୮।୯: ଲୋକପ୍ରିୟ କାର୍ଟୁନିଷ୍ଟ ଅଜିତ ନିନାନଙ୍କ ପରଲୋକ ଘଟିଛି।ଶୁକବ୍ରାର ମହୀଶୂର ସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ୬୮ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଜିତ ନିନାନ ମୃତ୍ୟୁ ବେଳକୁ ମହୀଶୂର ସ୍ଥିତ ତାଙ୍କ ଘରେ ଏକୁଟିଆ ଥିଲେ। ତାଙ୍କ ପତ୍ନୀ ଗୋଆରେ ରହୁଥିବା ତାଙ୍କ ଝିଅ ଘରକୁ ଯାଇଥିଲେ।ସେ ଇଣ୍ଡିଆ ଟୁଡେ ପତ୍ରିକାରେ ‘ସେଣ୍ଟରଷ୍ଟେଜ୍’ ସିରିଜ୍ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆରେ ‘ନିନାନ୍ସ ୱାର୍ଲ୍ଡ’ ପାଇଁ ବେଶ୍ ଜଣାଶୁଣା। ତାଙ୍କର ବିଭିନ୍ନ କାର୍ଟୁନ ଚରିତ୍ର ମଧ୍ୟରୁ ଶିଶୁ ପତ୍ରିକା ‘ଟାର୍ଗେଟ’ରେ ପ୍ରକାଶିତ ‘ଡିଟେକ୍ଟିଭ୍ ମୁଛୱାଲା’ ଖୁବ୍ ଲୋକପ୍ରିୟ ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |