ଜି-୨୦ ସମ୍ମିଳନୀ ନିମନ୍ତେ ସମଗ୍ର ଦିଲ୍ଲୀକୁ ସେନା ଛାଉଣି

ନୂଆଦିଲ୍ଲୀ,୯।୯: ଆଜିଠୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ । ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏକାଠି ହେବେ ବିଶ୍ୱର ବଡ଼ ବଡ଼ ନେତା। ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି। ପର୍ଯ୍ୟାୟ କ୍ରମେ ଆଜି ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ବିଶ୍ୱସ୍ତରୀୟ ନେତାଙ୍କ ଭିଡ଼ ଜମିଛି ରାଜଧାନୀ ଦିଲ୍ଲୀରେ। ସେଥିପାଇଁ ରାଜଧାନୀ ଦିଲ୍ଲୀ ଏବେ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି। ଦିଲ୍ଲୀରେ ପ୍ରଗତି ମଇଦାନଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନିବାସ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି।ଜି-୨୦ ସମ୍ମିଳନୀ ନିମନ୍ତେ ସମଗ୍ର ଦିଲ୍ଲୀକୁ ସେନା ଛାଉଣିରେ ପରିଣତ କରାଯାଇଛି। ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ଛକରେ ତନ୍ନ ତନ୍ନ କରି ଗାଡ଼ି ମୋଟର୍ ଯାଞ୍ଚ ସହ ତନଖି କରାଯାଉଛି। ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ ଚେକିଂ କରି ଛଡ଼ାଯାଉଛି।ଦିଲ୍ଲୀ ଫରିଦାବାଦ ବର୍ଡରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। କୌଣସି ବି ଅଘଟଣ ଯେଭଳି ନଘଟେ ସେଥିପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି। ଦିଲ୍ଲୀ ପୁଲିସ ଓ ସେନା ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସ୍ଥଳପଥ ସହ ଆକାଶମାର୍ଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର କଡ଼ା ବନ୍ଦୋବସ୍ତ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!