ନୂଆଦିଲ୍ଲୀ,୯।୯: ଜି୨୦ ଶିଖର ସମ୍ମିଳନୀ ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ଗସ୍ତରେ ଅଛନ୍ତି। ଶନିବାର ସେ ସମ୍ମିଳନୀର ପ୍ରଥମ ଅଧିବେଶନ ଏବଂ ଦ୍ୱିତୀୟ ଅଧିବେଶନ ବୈଠକରେ ଭାଗ ନେଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଦୁଇଦିନିଆ ଜି-୨୦ ସମ୍ମିଳନୀ ପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷା ମୂର୍ତ୍ତିଙ୍କ ସହ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ଚୌବେ ତାଙ୍କୁ ସ୍ଵାଗତ କରିଛନ୍ତି। ଏହା ସୁନକଙ୍କର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ଗସ୍ତ। ଦିଲ୍ଲୀରେ ପହଞ୍ଚି ସୁନକ କହିଛନ୍ତି, ଜି-୨୦ ପାଇଁ ଭାରତ ଆସିବା ତାଙ୍କୁ ଜ୍ଵାଇଁ ପୁଅ ଭାବେ ତାଙ୍କ ପାଇଁ ନିଶ୍ଚିତ ଭାବେ ସ୍ଵତନ୍ତ୍ର। ପ୍ରଥମ ଭାରତୀୟ ବଂଶୋଭବ ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ହେଇଥିବା ସୁନକ ଇନଫୋସିସ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି। ସେ କହିଛନ୍ତି ତାଙ୍କ ପ୍ରିୟ ଦେଶ ଭାରତକୁ ଆସିବା ପାଇଁ ସେ ବେଶ ଉତ୍ସାହିତ ଥିଲେ। ସମ୍ମିଳନୀ ବାଦ୍ ତାଙ୍କର ମୋଦୀଙ୍କ ସହ ମଧ୍ୟ ବୈଠକର କାର୍ଯ୍ୟକ୍ରମ ରହିଛି। ତେବେ ରବିବାର ସେ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅକ୍ଷରଧାମ ମନ୍ଦିର ଯିବେ ବୋଲି ଜଣାପଡ଼ିଛି। ସକାଳ ୬ଟାରୁ ୬.୩୦ ମଧ୍ୟରେ ସେ ମନ୍ଦିର ପହଞ୍ଚିବାର ଥିବା ବେଳେ ୭.୩୦ରେ ମନ୍ଦିରରୁ ଫେରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥାତ ପ୍ରାୟ ୧ ଘଣ୍ଟା ସେ ମନ୍ଦିରରେ ରହିବେ। ସୁନକ ଏବଂ ଅକ୍ଷତାଙ୍କ ସ୍ବାଗତ ସ୍ବାମୀ ନାରାୟଣ ମନ୍ଦିରର ମୁଖ୍ୟ ପୂଜାରୀ କରିବେ। ସେ ଉଭୟଙ୍କୁ ମୁଖ୍ୟ ମନ୍ଦିରକୁ ନେଇ ପୂଜାର୍ଚ୍ଚନା କରାଇବେ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଦୃଷ୍ଟି ରଖାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |