ଜି୨୦ ଶିଖର ସମ୍ମିଳନୀ ଶେଷ,ବ୍ରାଜିଲକୁ ସଭାପତିତ୍ୱ ଦେଲେ ମୋଦୀ

ନୁଆଦିଲ୍ଲୀ,୧୦।୯: ଜି-20 ଶିଖର ସମ୍ମିଳନୀର ଚଳିତ ସଂସ୍କରଣ ଶେଷ ହୋଇଛି। ଦୁଇ ଦିନ ଧରି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଦାୟିତ୍ୱ ଦେଇ ସଭା ସାଙ୍ଗ କରି ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଭାରତ ପାଖରେ ଅଧ୍ୟକ୍ଷତା ଦାୟିତ୍ୱ ଥିବାରୁ ଏକ ଭର୍ଚୁଆଲ୍ ବୈଠକ ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ |ୱାନ୍ ଫ୍ୟୁଚର’ ବିଷୟ ଉପରେ ଚର୍ଚ୍ଚା ସହିତ ଜି-୨୦ ସମିଟ ସମାପନର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ମିଟିଙ୍ଗରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିର ସମୀକ୍ଷା କରିବା ପାଇଁ ଆସନ୍ତା ନଭେମ୍ବର ଶେଷରେ ଏକ ଭର୍ଚୁଆଲ ମାଧ୍ୟମରେ ପୁଣିଥରେ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ସାରା ବିଶ୍ୱରେ ଆଶା ଏବଂ ଶାନ୍ତିର ସଞ୍ଚାର ହେଉ ବୋଲି କହିବା ସହ ୧୪୦ କୋଟି ଭାରତୀୟଙ୍କ ମଙ୍ଗଳକାମନା କରି ସମ୍ମିଳନୀକୁ ଶେଷ କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକର ଶେେରେ ମୋଦୀ କହିଛନ୍ତି ଯେ, ଭାରତ ନିକଟରେ ନଭେମ୍ବର ପର୍ଯ୍ୟନ୍ତ ଜି-୨୦ର ଅଧ୍ୟକ୍ଷତା ରହିଛି । ଏବେ ବି ଭାରତ ପାଖରେ ଅଢେଇ ମାସ ସମୟ ବାକି ରହିଛି । ତେବେ ଏହି ୨ ଦିନର ବୈଠକରେ ଆପଣମାନେ ଅନେକ କଥା କହିଛନ୍ତି ଏବଂ ଅନେକ ପ୍ରସ୍ତାବ ରଖିଛନ୍ତି । ବର୍ତ୍ତମାନ ଏହି ପ୍ରସ୍ତାବଗୁଡ଼ିକୁ ପ୍ରଗତିଶୀଳ କରିବା ଆମର ଦାୟିତ୍ୱ ବୋଲି କହିଛନ୍ତି ପିଏମ ମୋଦୀ । ତେବେ ନଭେମ୍ବର ଶେଷରେ ଜି-୨୦ର ଏକ ଭର୍ଚୁଆଲ ସେଶନ ରଖିବା ପାଇଁ ସେ ପ୍ରସ୍ତାବ ରଖିଛନ୍ତି । ଏହି ସେଶନରେ ଏହି ସମିଟର ବିଭିନ୍ନ ନିଷ୍ପତ୍ତିଗୁଡ଼ିକ ବିଷୟରେ ଆଲୋଚନା କରାଯିବ । ଏହି ସମ୍ମିଳନୀରେ ଭାରତ ବ୍ରାଜିଲକୁ ପରବର୍ତ୍ତୀ ଅଧ୍ୟକ୍ଷ ପଦ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କରିଛନ୍ତି। ଚଳିତ ବର୍ଷ ନଭେମ୍ବର ଶେଷ ଆଡ଼କୁ ଜି୨୦ର ଭର୍ଚ୍ଚୁଆଲ ଅଧିବେଶନ ପାଇଁ ଶ୍ରୀ ମୋଦୀ ପ୍ରସ୍ତାବ ଦେଇଛନ୍ତି।ନେତାମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏବେ ଜି-୨୦ର ଫଟୋ ସେୟାର କରିବା ଆରମ୍ଭ କରିଛନ୍ତି ।

F5lORLtWgAE bC3

F5lqCosWcAAHLt8

F5mdbmnbsAALVKy

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!