ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ 2 ବିଲିୟନ ଡଲାର ଦେବ ବ୍ରିଟେନ

ନୂଆଦିଲ୍ଲୀ,୧୦।୯:ଶେଷ ହେଲା ଏ ବର୍ଷର G20 ଶିଖର ସମ୍ମିଳନୀ । ଗତ ଦୁଇ ଦିନ ଧରି ଦିଲ୍ଲୀରେ ଚାଲିଥିବା G20 ସମ୍ମିଳନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସହ ସମାପ୍ତ ହୋଇଛି । ସାରା ବିଶ୍ୱ ଗୋଟିଏ ପରିବାର ଏବଂ ବିଶ୍ୱର ଭବିଷ୍ୟତ ଗୋଟିଏ ଚିନ୍ତନ ସହ ଶେଷ ହୋଇଛି ଶିଖର ସମ୍ମିଳନୀ। ଅନ୍ତିମ ଦିବସରେ ‘ONE FUTURE’ ଶୀର୍ଷକ ଆଲୋଚନା ଚକ୍ରରେ ବିଶ୍ୱ ଜଳବାୟୁ ଉପରେ ଚିନ୍ତା ପ୍ରକଟ କରାଯାଇଥିଲା । ‘ଜଳବାୟୁ ପରିବର୍ତ୍ତନ’ ସମସ୍ୟାର ସମାଧାନ ପାଇଁ ସମସ୍ତ ରାଷ୍ଟ୍ର ଏକାଠି କାମ କରିବା ନେଇ ଗୁରୁତ୍ୱ ଦିଆଯାଇଛି । ଚନ୍ଦ୍ରୟାନ୍ ମିଶନ ସମ୍ପର୍କରେ ତଥ୍ୟ ସେୟାର କରିଛି ଭାରତ । ତାସହ ‘ଗ୍ଲୋବାଲ୍ ଫ୍ୟାମିଲି’ ନାରା ଏବେ ସତ ହେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ବା ସବୁଜ ଜଳବାୟୁ ପାଣ୍ଠିକୁ 2 ବିଲିୟନ ଡଲାର ଅର୍ଥାତ୍ 1 ଲକ୍ଷ 56 ହଜାର 360 କୋଟି ଯୋଗାଇବ ବ୍ରିଟେନ। ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଏହି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ। ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା କ୍ଷେତ୍ରରେ ଏହା ବ୍ରିଟେନର ସର୍ବ ବୃହତ୍ତ ପ୍ରତିବଦ୍ଧତା ବୋଲି ଭାରତର ବ୍ରିଟିଶ ହାଇ କମିଶନ କହିଛନ୍ତି।ଭାରତରେ ଥିବା ବ୍ରିଟିଶ ହାଇ କମିଶନ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ ତଥା ଅନୁକୂଳ କରିବାରେ ବିଶ୍ୱର ଦୁର୍ବଳ ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆର୍ଥିକ ଅବଦାନ ଘୋଷଣା କରିଛନ୍ତି। ଏହି ଅନୁଦାନ ପୂର୍ବରୁ ବ୍ରିଟେନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନୁଦାନ ତୁଳନାରେ 12.7 ପ୍ରତିଶତ ଅଧିକା। ବିଶ୍ୱର 194 ଦେଶକୁ ନେଇ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ପ୍ରତିଷ୍ଠା ହୋଇଛି। ଏହା ଏକ ସବୁଜ ଅର୍ଥାତ୍ ଅନୁକୂଳ ଜଳବାୟୁ ଦିଗରେ କାର୍ଯ୍ୟ କରେ। ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବରେ ପ୍ରଭାବିତ ହେଉଥିବା ଦେଶମାନଙ୍କୁ ଏହି ପାଣ୍ଠି ସହାୟତା ଯୋଗାଇଦିଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!