୨୨୮ ରନରେ ଭାରତ ପାକିସ୍ତାନକୁ ପରାସ୍ତ କଲା

କଲମ୍ବୋ,୧୨।୯: ଏସିଆ କପ୍‌ ସୁପର-୪ ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୨୮ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ଏହାପୂର୍ବରୁ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଭାରତ ପାଇଁ ଶତକୀୟ ଇନିଂସ ଖେଳିଥିଲେ। ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ମଧ୍ୟରେ ତୃତୀୟ ଉଇକେଟ ପାଇଁ ୨୩୩ ରନର ଏକ ଅବିଭକ୍ତ ଭାଗିଦାରୀ ହୋଇଥିଲା। ଏହାସହିତ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଅନେକ ବଡ଼ ରେକର୍ଡ ଭାଙ୍ଗିଛନ୍ତି।ବ୍ୟାଟରଙ୍କ ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କମାଲ କରିଛନ୍ତି ଭାରତୀୟ ବୋଲର। ଏସିଆ କପର ସୁପର ୪ ମ୍ୟାଚ୍‌ରେ ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏକତରଫା ଭାବେ ୨୨୮ ରନରେ ପରାସ୍ତ କରିଛି। ଏହା ପାକିସ୍ତାନ ବିପକ୍ଷରେ ଭାରତର ସବୁଠାରୁ ବଡ଼ ବିଜୟ। ଏହାପୂର୍ବରୁ ଭାରତ ୧୪୦ ରନରେ ମୀରପୁରରେ ପାକିସ୍ତାନକୁ ହରାଇଥିଲା।ଏବେ କଲମ୍ବୋରେ ଭାରତୀୟ ଟିମ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତ ପାଇଁ ବ୍ୟାଟିଂରେ ବିରାଟ କୋହଲି ଓ କେଏଲ ରାହୁଲ ଶତକ ହାସଲ କରିଥିଲେ। ବୋଲିଂରେ କୁଲଦୀପ ଯାଦବ ୫ ୱିକେଟ ନେଇ ପାକିସ୍ତାନକୁ ଧୂଳି ଚଟାଇ ଦେଇଛନ୍ତି। ଭାରତ ଦେଇଥିବା ୩୫୭ ରନର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ କେବଳ ୧୨୮ ରନରେ ଅଟକି ଯାଇଛି। ଏପରି କି ଦଳ କେବଳ ୩୨ ଓଭର ହିଁ ବ୍ୟାଟିଂ କରିବାକୁ ସକ୍ଷମ ହୋଇଛି। ବର୍ଷା ଯୋଗୁ ଭାରତ-ପାକିସ୍ତାନ ମ୍ୟାଚ୍‌ର ଫଳାଫଳ ସଂରକ୍ଷିତ ଦିବସରେ ବାହାରିଛି। ରବିବାର ଭାରତ ୨୪.୧ ଓଭର ବ୍ୟାଟିଂ କରି ୨ ୱିକେଟ ହରାଇ ୧୪୭ ରନ କରିଥିଲା। ଆଜି ଏହି ସ୍କୋରରୁ ଖେଳ ଆରମ୍ଭ ହୋଇଥିଲା। କେଏଲ ରାହୁଲ ଓ ବିରାଟ କୋହଲି ଦମଦାର ବ୍ୟାଟିଂ କରି ପୂରା ୫୦ ଓଭର ଖେଳିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!