ଭୁବନେଶ୍ୱର,୧୨।୯ : ରାଜରାସ୍ତାରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଧାରଣା ଜାରି। ସମାନ କାମକୁ ସମାନ ଦରମା ଦାବିରେ ସାରା ରାଜ୍ୟରେ ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ପ୍ରତିବାଦ ଜାରି ରହିଛି । ୪ ଦିନ ହେଲା ସ୍କୁଲରେ ପାଠପଢା ଠପ୍ । ସୋମବାର ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ବସିଥିଲା । ହେଲେ ବୈଠକରୁ କୌଣସି ସୁଫଳ ମିଳିପାରିନି । ଅନ୍ୟପଟେ ଶିକ୍ଷକ ସଂଘର ଆଜି ଷ୍ଟିୟରିଂ କମିଟି ବୈଠକ ବସିବ । ଶିକ୍ଷକ ଶିକ୍ଷୟତ୍ରୀ ଯେଉଁଭଳି ଭାବେ ନିଜ ଜିଦରେ ଅଡି ବସିଛନ୍ତି ତାହା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |