ବ୍ୟାପୁଛି ସ୍କ୍ରବ ଟାଇଫସ,୫ ଜଣଙ୍କ ମୃତ୍ୟୁ

ବରଗଡ଼,୧୩/୯:ବରଗଡ଼ରେ ବ୍ୟାପୁଛି ସ୍କ୍ରବ ଟାଇଫସ। ଏହି ଭୂତାଣୁ ଜନିତ ରୋଗରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କ ଭିତରୁ ସୋହେଲା ବ୍ଲକରୁ ୨ ଜଣ ଥିବା ବେଳେ ଅତାବିରା, ଭେଡେନ୍‌ ଓ ବରପାଲିରୁ ଜଣେ ଲେଖାଏ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଏବେ ସ୍କ୍ରବ ସାଇଫଲ ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ବରଗଡ଼ ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଜିଲ୍ଲାରେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ୧୭୮ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେଥିରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଏଥିସହ ସେପ୍ଟେମ୍ବର ମାସ ୧୩ ତାରିଖ ସୁଦ୍ଧା ଆଉ ୧୨୭ ଜଣଙ୍କ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରରୁ ସ୍କ୍ରବ ସାଇଫଲ ଠାବ ହୋଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ସମସ୍ତ ୪ ଜଣ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

ସ୍କ୍ରବ ଟାଇଫସ୍‌ କଣ? କେମିତି ବ୍ୟାପିଥାଏ? 

ଚାଷ ଜମି ଓ ଜଙ୍ଗଲରେ ରହିଥାଏ ଲାର୍ଭା ମାଇଟ୍ସ ନାମକ ଏକ ପୋକ। ସେହି ପୋକ କାମୁଡ଼ିବା ପରେ ତା’ ଦେହରେ ଥିବା ଓରିଏଣ୍ଟାଲ୍‌ ଶୁଶୁକ ନାମକ ଏକ ବ୍ୟାକ୍ଟ୍ରିଆ ମଣିଷ ଶରୀର ଚମକୁ ଚାଲିଯାଇଥାଏ। ଯେଉଁ ସ୍ଥାନରେ ପୋକଟି କାମୁଡ଼ି ଥାଏ, ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଯାଏ। ତା’ପରେ ଛୋଟିଆ ଘା’ ହୋଇଥାଏ। ଯାହାକୁ ସ୍କ୍ରବ ଟାଇଫସ୍‌ କୁହାଯାଇଥାଏ। ସ୍କ୍ରବ ଟାଇଫସ ହେଲେ ଲମ୍ୱା ସମୟ ଧରି ଜ୍ୱର ହେବ, ହାତଗୋଡ଼ ଓ ତଣ୍ଟି ବିନ୍ଧିବା, ଝାଡ଼ା ଏବଂ କାଶ ହେବ। ପ୍ରାଥମିକ ଚିକିତ୍ସା କଲେ ରୋଗ ଭଲ ହୋଇଯିବ। ହେଲେ ଯେଉଁମାନେ ବିଳମ୍ୱରେ ମେଡିକାଲ୍‌ ଆସନ୍ତି, ସେମାନଙ୍କୁ ବଞ୍ଚାଇବା କଷ୍ଟକର। କାରଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିବା ରୋଗୀ ଦେହରେ ସେପ୍‌ଟିସେମିଆ ଓ ନିମୋନିଆ ଭଳି ରୋଗ ଦେଖାଯାଏ।  ତା’ସହ କିଛି ଲୋକଙ୍କ ଶରୀରରେ କିଡ୍‌ନୀ ଜନିତ ସମସ୍ୟା ଦେଖାଦେଇଥାଏ। ଆଉ କିଛି ଲୋକ ବ୍ରେନ୍‌ ଇନ୍‌ଫେକ୍‌ସନ ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି ବୋଲି ଡାକ୍ତର   କହିଛନ୍ତି। ଏଲ୍‌ଆଇସା କିଟ୍‌ ଦ୍ୱାରା ଟେଷ୍ଟ କଲେ ରୋଗ ସମ୍ପର୍କରେ ଜଣାପଡ଼ିଥାଏ। ଏହି ଟେଷ୍ଟ ସବୁ ରାଜ୍ୟର ସବୁ ମେଡିକାଲ୍‌ ଓ ମେଡିକାଲ୍‌ କଲେଜରେ ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!