ଭୁବନେଶ୍ବର,୧୮।୯:୩ ଦଫା ଦାବିରେ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନ, ଫିଟୁନି ସମାଧାନ ବାଟ | ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ୧୦ ଦିନ ବିତିଲାଣି। ସରକାର ଦାବି ଶୁଣୁ ନ ଥିବାରୁ ସୋମବାରଠାରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ। ଯେପର୍ଯ୍ୟନ୍ତ ସରକାର ଦାବି ପୂରଣ ନ କରିଛନ୍ତି, କୌଣସି ପରିସ୍ଥିତିରେ ଆନ୍ଦୋଳନରୁ ଶିକ୍ଷକମାନେ ଓହରିବେନି ବୋଲି ଚେତାବନୀ ଦେଇଛନ୍ତି। ଶିକ୍ଷକ ଆନ୍ଦୋଳନ ଯୋଗୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ପ୍ରଭାବିତ ହୋଇଛି। ଶିକ୍ଷକଙ୍କ ଦାବି ପୂରଣ କରି ସରକାର ବିଦ୍ୟାଳୟରେ ପାଠପଢ଼ାକୁ ସ୍ବାଭାବିକ କରନ୍ତୁ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି। ସୋମବାର ଠାରୁ ରାଜ୍ୟରେ ସବୁ ବିଦ୍ୟାଳୟ ଆଗରେ ଅଭିଭାବକ ଧାରଣା ଦେବେ ବୋଲି କୁହାଯାଇଛି। ସୂଚନା ଅନୁସାରେ, ୩ ଦଫା ଦାବିରେ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଏପର୍ଯ୍ୟନ୍ତ ସାମାଧାନର ବାଟ ବାହାରି ପାରୁନି। ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍ସନ ଓ କେନ୍ଦ୍ରୀୟ ହାରରେ ୪୨୦୦ ଟଙ୍କା ଗ୍ରେଡ୍ ପେ’ ଲାଗୁ ଆଦି ଦାବି ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନକ୍ରମେ ରାଜ୍ୟର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଜାରି ରହିଛି। ଦାବି ପୂରଣ ନ ହେବାରୁ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟବନ୍ଦ କରିଛନ୍ତି। ମହାସଂଘର ସୂଚନା ଅନୁସାରେ, ଦାବି ହାସଲ ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ। ତେବେ ବିଦ୍ୟାଳୟଗୁଡ଼ିକରେ ଗଣେଶ ପୂଜା ପାଳନ କରାଯିବ। ଆନ୍ଦୋଳନରତ ଶିକ୍ଷକଙ୍କୁ ବିଦ୍ୟାଳୟରେ ଗଣେଶ ପୂଜା ପାଳନ କରିବା ପାଇଁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |