ଲୋୟର ପିଏମଜିରେ ଆନ୍ଦୋଳନରେ ଛାତ୍ରଛାତ୍ରୀ

ଭୁବନେଶ୍ୱର,୧୮।୯:ଜୁନିୟର ଟିଚର୍ସ ପଦବୀ ପାଇଁ ଆରମ୍ଭ  ହୋଇଛି ଆବେଦନ ପ୍ରକ୍ରିୟା  । କିନ୍ତୁ ସେପଟେ ଆବଦେନ କରିବାରୁ ବଞ୍ଚିତ ହଜାର ହଜାର ଛାତ୍ରଛାତ୍ରୀ । ଯାହାକୁ ନେଇ ଆଜି ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ସୁପ୍ରିମକୋର୍ଟର ଗାଇଡ଼ଲାଇନ ଅନୁଯାୟୀ ସିଟି, ବିଇଡି ପରେ ଓଟିଇଟି ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାକିରୀ ପାଇଁ ଆବଦେନ କରିପାରିବେ । କିନ୍ତୁ ୨୦୨୩ ମସିହାରେ ଏ ପର୍ଯ୍ୟନ୍ତ ଓଟିଇଟି ପରୀକ୍ଷା ହୋଇ ନାହିଁ ବୋଲି ପିଲାଙ୍କ ଅଭିଯୋଗ, ଯାହା ଫଳରେ ପିଲାମାନେ ଚାକିରି ପାଇଁ  ଆବଦେନ କରିବାରୁ ବଞ୍ଚିତ ହେଉଛନ୍ତି । ବାରମ୍ବାର ଏ ବାବଦରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । BSE ପରୀକ୍ଷା କରାଇବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ନୋଟିସ ଦେଲା ପରେ ମଧ୍ୟ କୌଣସି କାର୍ଯ୍ୟକାରିତା ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ରାଜ୍ୟରେ ଓଟିଇଟି ୨ୟ ପର୍ଯ୍ୟାୟ ପରୀକ୍ଷା କରାଗଲେ ଚାକିରି ପାଇଁ ଆବଦେନ କରିପାରିବେ ହଜାର ହଜାର ଛାତ୍ରଛାତ୍ରୀ କରିଛନ୍ତି ସରକାରଙ୍କୁ ନିବେଦନ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!