ଏହି ସ୍ମାର୍ଟଫୋନ୍‌ କିଣିବେ ଏଲନ ମସ୍କ!

କାଲିଫର୍ନିଆ,୨୫।୯: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବଂ ଆପଲ ମଧ୍ୟରେ ପ୍ରେମ-ଘୃଣାର ସମ୍ପର୍କ ରହିଛି। ଗତ ବର୍ଷ ମସ୍କ ଟୁଇଟର କିଣିବା ପରେ ଆପଲକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଆପଲ ପ୍ଲାଟଫର୍ମରେ ବିଜ୍ଞାପନ ବନ୍ଦ କରି ଦେଇଛି। ତେବେ ପରେ ମସ୍କ କହିଥିଲେ କମ୍ପାନୀ ଏକ୍ସରେ ବିଜ୍ଞାପନ ଜାରି ରଖିଛି। ନିକଟରେ ମସ୍କ ଆପଲର ନୂତନ ଆଇଫୋନ ସିରିଜକୁ ବହୁତ ପସନ୍ଦ କରିଛନ୍ତି ଏବଂ ସେ ଆପଲ୍‌ ସିଇଓ ଟିମ କୁକଙ୍କ ପୋଷ୍ଟରେ କମେଣ୍ଟ କରି ଏହା ଜଣାଇଛନ୍ତି।
କିଛି ଦିନ ପୂର୍ବରୁ, ଟିମ କୁକ ଏକ୍ସରେ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ପ୍ରସିଦ୍ଧ ଫଟୋଗ୍ରାଫର ଷ୍ଟିଫେନ ୱିଲକସ ଏବଂ ରୁବେନ ୱୁଙ୍କ ଦ୍ୱାରା ନିଆଯାଇଥିବା ଆଇଫୋନ ୧୫ ପ୍ରୋ ମ୍ୟାକ୍ସର ଫଟୋ ରହିଥିଲା। ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ ଏଲନ ମସ୍କ ଲେଖିଛନ୍ତି ଯେ, ଆଇଫୋନର କ୍ୟାମେରା ଏବଂ ଭିଡିଓ କ୍ୟାପଚର ଗୁଣ ଉତ୍କୃଷ୍ଟ। ଏହା ପରେ ଟିମ ଅନ୍ୟ ଏକ ପୋଷ୍ଟ କରିଥିଲେ। ଏଥିରେ ମସ୍କ କମେଣ୍ଟରେ ଲେଖିଥିଲେ ଯେ, ସେ ଆଇଫୋନ ୧୫ ସିରିଜ କିଣିବେ। ଏହି ପୋଷ୍ଟରେ ମସ୍କ କେଉଁ ମଡେଲ କିଣିବେ ତାହା କହି ନାହାଁନ୍ତି କିନ୍ତୁ ଏହା କୁହାଯାଇପାରେ ଯେ ମସ୍କ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ କିଣିବାକୁ ଯାଉଛି କାରଣ ସେ ଏହାର ଫଟୋକୁ ପସନ୍ଦ କରିଥିଲେ।
ଭାରତରେ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ ମୂଲ୍ୟ ୧,୩୪,୯୦୦ରୁ ଆରମ୍ଭ ହୋଇ ୧,୯୯,୯୦୦ ଟଙ୍କା ପର୍ଯ୍ୟନ୍ତ ଯାଏ ରହିଛି। ଆଇଫୋନ ୧୫ ପ୍ରୋ ମ୍ୟାକ୍ସରେ ୬.୭ ଇଞ୍ଚ ଡିସ୍‌ପ୍ଲେ ଅଛି। ଏଥିରେ ଟ୍ରିପଲ କ୍ୟାମେରା ସେଟଅପ ମିଳିବ। ମୁଖ୍ୟ କ୍ୟାମେରା ହେଉଛି ୪୮ ଏମ୍‌ପି ହୋଇଥିବାବେଳେ ଦ୍ୱିତୀୟଟି ହେଉଛି ୧୨ଏମ୍‌ପି ଅଲଟ୍ରାୱାଇଡ କ୍ୟାମେରା ଏବଂ ତୃତୀୟଟି ହେଉଛି ୫ଏକ୍ସ ଜୁମିଙ୍ଗ ସହିତ ୧୨ ଏମ୍‌ପି ଟେଲିଫୋଟୋ ଲେନ୍ସ ଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!