ଅହମଦାବାଦ,୨।୧୦ : ସୁରଟର ଏକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଡୁମାସ ବେଳାଭୂମିରେ ଥିବା ମନ୍ଦିରକୁ ଯାଇଥିଲେ। ଲଖନ ନାମକ ଏହି ବାଳକ ସମୁଦ୍ର କୂଳରେ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବା ପାଇଁ ଅଜାଣତରେ ଗଭୀର ଜଳକୁ ପଳାଇ ଯାଇଥିଲେ। ପରଦିନ ପର୍ଯ୍ୟନ୍ତ ପରିବାର ସଦସ୍ୟ ତାଙ୍କୁ ଖୋଜାଖୋଜି ଜାରି ରଖିଥିଲେ, କିନ୍ତୁ ତାଙ୍କୁ କେଉଁଠାରେ ପାଇ ନ ଥିଲେ। ସମସ୍ତେ ଭାବିଲେ ଆଉ ଜୀବିତ ନାହାନ୍ତି। କିନ୍ତୁ ଏହା ପରେ ଏକ ଚମତ୍କାର ଘଟଣା ଘଟିଲା। ପିଲାଟି ଜୀବନ୍ତ ଘରକୁ ଫେରି ଆସିଥିଲା। ସୌଭାଗ୍ୟ ବଶତଃ ଲଖନ ଗଭୀର ସମୁଦ୍ରରେ ବୁଡ଼ି ରହିଥିବା ଗଣେଶ ମୂର୍ତ୍ତିଙ୍କର ସାହାରା ପାଇଥିଲେ। ଲଖନକୁ ଗଭୀର ସମୁଦ୍ରରେ ବିସର୍ଜିତ କରାଯାଇଥିବା ଶ୍ରୀଗଣେଶଙ୍କ ମୂର୍ତ୍ତି ନିକଟରୁ ଉଦ୍ଧାର କରାଯାଇଥିଲା । ସେ ସମୁଦ୍ରରେ ୨୪ ଘଣ୍ଟା ପର୍ଯ୍ୟନ୍ତ ମୂର୍ତ୍ତିକୁ ଧରି ଓହଳି ରହିଥିଲା । ସମୁଦ୍ର କୂଳ ଠାରୁ ବହୁ ଦୂରରେ ଲଖନ ଗଣେଶଙ୍କ ମୂର୍ତ୍ତି ସାହାରାରେ ଓହଳି ରହିଥିଲା । ଏହି ସମୟରେ ସେହି ବାଟ ଦେଇ ମାଛଧରା ଡଙ୍ଗା ନବଦୁର୍ଗା ଅତିକ୍ରମ କରିଥିଲା । ଲଖନ ଡଙ୍ଗାକୁ ଦେଖି ହାତ ହଲାଇବା ସହ ପାଟି କରିଥିଲା । ଏହା ଦେଖି ମତ୍ସ୍ୟଜୀବୀମାନେ ତୁରନ୍ତ ସେଠାରେ ପହଞ୍ଚି ଲଖନକୁ ଡଙ୍ଗାରେ ବସାଇ ଆଣିଥିଲେ ।ସେ ମୂର୍ତ୍ତିକୁ ସମୁଦ୍ରରେ ୨୪ ଘଣ୍ଟା ଧରି ରହିଥିଲେ।୧୪ ବର୍ଷିୟ ଲଖନଙ୍କୁ ୩୬ ଘଣ୍ଟା ପରେ ତାଙ୍କ ପରିବାର ଲୋକେ ପାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |