ବିଜେଡି ପଦଯାତ୍ରାର ଶୁଭାରମ୍ଭ ,ବେକରେ ଦଳୀୟ ଉତ୍ତରୀୟ ପକାଇବାରୁ ଚିଡ଼ି ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୨।୧୦:ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ବଡ଼ଗଡ଼ ବ୍ରିଟସ୍ଥିତ କଳିଙ୍ଗ ବସ୍ତିରେ ଦଳର ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରିବା ସହ ନେତାଜୀ ଖେଳପଡ଼ିଆଠାରେ ଏକ ଦଳୀୟ କର୍ମୀ ସମାବେଶକୁ ସମ୍ବୋଧିତ କରିଥିଲେ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆଜି ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ମଞ୍ଚାସୀନ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ର ନବୀନଙ୍କ ସାର୍ଟରେ ଏକ ଦଳୀୟ ବ୍ୟାଜ୍ ଲଗାଇଥିଲେ। ତାପରେ ରାଜ୍ୟସଭା ସାଂସଦ ସୁଲତା ଦେଓ ନବୀନଙ୍କ କାନ୍ଧରେ ଏକ ଦଳୀୟ ଉତ୍ତରୀୟ ବି ପକାଇଥିଲେ। ହେଲେ ନବୀନ ହଠାତ୍ ବିରକ୍ତି ପ୍ରକାଶ କରିବା ସହ ନିଜେ ଉତ୍ତରୀୟଟିକୁ କାଢ଼ି ଦେଇଥିଲେ ଓ ପିଏସଓଙ୍କୁ ଶଙ୍ଖ ଚିହ୍ନ ବ୍ୟାଚ୍ ସାର୍ଟରୁ ଖୋଲିବାକୁ କହିଥିଲେ ତେବେ ବିଜେଡି ପକ୍ଷରୁ ଆୟୋଜିତ ଏହି ସଭାରେ ନବୀନ ସଭାମଂଚରେ ଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଜଣାଇବାରେ ବି କୁଣ୍ଠାବୋଧ କରିବା ସହ ବିରକ୍ତ ହୋଇ ଦଳୀୟ ଉତ୍ତରୀୟ ଓ ବ୍ୟାଜକୁ ନିଜ ଦେହରୁ କାଢ଼ି ଦେଇଥିବା ଦେଖିବାକୁ ମିଳିଛି ।ବିରକ୍ତ ହେଲେ ନବୀନ। ବିଜେଡି ଜନସଂପର୍କ ପଦଯାତ୍ରା ସଭାମଞ୍ଚରେ କାନ୍ଧରେ ବିଜେଡି ଉତ୍ତରୀୟ ପକାଯିବାକୁ ନେଇ ହଠାତ୍ ବିରକ୍ତି ପ୍ରକାଶ କରିଥିଲେ ଦଳ ସୁପ୍ରିମୋ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!