ନୂଆଦିଲ୍ଲୀ,୩।୧୦:ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ତୀବ୍ର ଭୂକମ୍ପ ଅନୁଭୂତ। ଘର ଛାତ ଦୋହଲିବାରୁ ଭୟଭିତ ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.2 ମ୍ୟାଗ୍ନେଚ୍ୟୁଡ୍ ହୋଇଥିବା ସୂଚନା।ଦିଲ୍ଲୀରେ ଭୂମିକମ୍ପ । ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ । ଦିନ ୨ଟା ୫୩ରେ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୬.୨ । ଉତ୍ତରାଖଣ୍ଡରେ ବି ଭୂମିକମ୍ପର ଝଟକା ଅନୁଭୂତ । ଉତ୍ତର ଭାରତର ବିଭିନ୍ନ ଜାଗାରେ ଭୂନିକମ୍ପ । ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର କିଛି ସ୍ଥାନରେ ଅନୁଭୂତ ହୋଇଛି, ଏହି ଭୂମିକମ୍ପ ପ୍ରାୟ ୪୦ ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି ଯେ ଅପରାହ୍ନ ୨ଟା ୫୧ ମିନିଟରେ ନେପାଳରେ ୫ କିଲୋମିଟର ଗଭୀରତାରେ ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଟୁଇଟ୍ କରି କୁହାଯାଇଛି, “ତୀବ୍ରତା: ୬.୨, ୦୩-୧୦-୨୦୨୩, ୧୪:୫୧:୦୪, ଲାଟ୍: ୨୯.୩୯ ଏବଂ ଲଙ୍ଗ: ୮୧.୨୩, ଗଭୀରତା: ୫ କିଲୋମିଟର, ଅବସ୍ଥିତି: ନେପାଳ। ୧୦ ସେକେଣ୍ଡରୁ ଅଧିକ ସମୟ ଧରି ଭୂମିକମ୍ପ ଜାରି ରହିଥିବାରୁ ଅନେକ ଲୋକ ନିଜ କାର୍ଯ୍ୟାଳୟ ଓ ଘରୁ ବାହାରକୁ ଦୌଡ଼ି ଆସୁଥିବା ଦେଖିବାକୁ ମିଳିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ।ହଠାତ୍ ମାଟି ଥରିଉଠିବାରୁ ଲୋକମାନେ ଭୟଭୀତ ହୋଇପଡିଥିଲେ। ଦିନ 2ଟା 35 ମିନିଟରେ ଭୂକମ୍ପ ଝଟକା ଲାଗିଥିଲା। ଲାଇଟ୍, ଫ୍ୟାନ୍ ସମେତ ଘରେ ଥିବା ବିଭିନ୍ନ ଆସବାବପତ୍ର ଥରି ଉଠିଥିଲା। ଫଳରେ ଅଫିସରେ ଥିବା କର୍ମଚାରୀ ଏବଂ ସାଧାରଣ ଲୋକେ ଅଫିସ୍ ଏବଂ ଘରୁ ଭୟରେ ବାହାରକୁ ଚାଲି ଆସିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |