ନୂଆଦିଲ୍ଲୀ,୩।୧୦: ବୈଜ୍ଞାନିକ ପିଏରେ ଆଗୋଷ୍ଟିନି, ଫେରେଙ୍କ କ୍ରାଉସ୍ଜ ଏବଂ ଆନ୍ ଲେ’ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥ ବିଜ୍ଞାନରେ ଇଲେକ୍ଟ୍ରୋନ୍ ଗତିଶୀଳତା ଅଧ୍ୟୟନ ପାଇଁ ଏହି ପୁରସ୍କାର ରୟାଲ ସୁଇଡିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।ପଦାର୍ଥ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ ତିନି ଜଣ ବୈଜ୍ଞାନିକ ପୁରସ୍କାର ପାଇବେ । ପାଇରେ ଆଗୋଷ୍ଟିନି, ଫେରେନକ କ୍ରାଉସଜ ଓ ଆନ୍ନୋ ଏଲ’ହୁଲିଅରଙ୍କୁ ପରମାଣୁରେ ଇଲେକ୍ଟ୍ରନ ଦେଖିବା ଦିଗରେ ଅଧ୍ୟୟନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ଗତକାଲି ମେଡିସିନ ପାଇଁ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କ ନାମ ଘୋଷଣା କରାଯାଇଥିଲା । କୋଭିଡ ଭ୍ୟାକି୍ସନ କ୍ଷେତ୍ରରେ ଗବେଷଣା ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।ପାଇରେ କ୍ରମାଗତ ଭାବେ ଲାଇଟ ପଲସର ଏକ ସିରିଜ ତିଆରି କରିବା ଓ ତା’ର ଯାଞ୍ଚ କରିବାରେ ସଫଳ ହୋଇଛନ୍ତି । ତାଙ୍କର ପ୍ରୟୋଗରେ ପ୍ରତ୍ୟେକ ପଲସ କେବଳ ୨୫୦ ଅଟୋସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା । ପାଇରେ ନିଜର ଗବେଷଣା କରୁଥିବା ସମୟରେ କ୍ରାଉସଜ ଅନ୍ୟ ଏକ ଅଧ୍ୟୟନରେ ବ୍ୟସ୍ତ ରହିଥିଲେ । ସେ ନିଜର ଗବେଷଣା ମାଧ୍ୟମରେ ୬୫୦ ଅଟୋସେକେଣ୍ଡ ପର୍ଯ୍ୟନ୍ତ ଚାଲିପାରୁଥିବା ସିଙ୍ଗଲ ଲାଇଟ ପଲସକୁ ଅଲଗା କରିବାକୁ ସମ୍ଭବ କରିପାରିଥିଲେ । ସେହିପରି ଆନ୍ନୋ ଏକ ଗ୍ୟାସ ମାଧ୍ୟମରେ ଲେଜର ଲାଇଟ ପ୍ରସାରିତ କରିଥିଲେ, ଯାହାକି ପରବର୍ତ୍ତୀ ସମୟରେ ଲାଇଟର ଅନେକ ଅଲଗା ଅଲଗା ସ୍ୱର ଉତ୍ପନ୍ନ କରିଥିଲା ।ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ଦିଆଯିବ। ନୋବେଲ୍ ଘୋଷଣା କରୁଥିବା ଟିମ୍ କହିଛନ୍ତି ଯେ, ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି। ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍ ଗତି କିମ୍ବା ପରିବର୍ତ୍ତନ ପ୍ରକ୍ରିୟାକୁ ମାପିବା ପାଇଁ ବ୍ୟବହୃତ ହୋଇପାରିବ।ଚଳିତ ବର୍ଷ ପୁରସ୍କାର ରାଶି ବୃଦ୍ଧି କରାଯାଇ ୧୧ ମିଲିୟନ ସ୍ୱିଡିଶ କ୍ରାଉନ (ପାଖାପାଖି ୧୦ ଲକ୍ଷ ଆମେରିକୀୟ ଡଲାର) କରାଯାଇଥିଲା । ଏହି ପ୍ରତିଷ୍ଠିତ ପୁରସ୍କାର ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସେସ ପକ୍ଷରୁ ପ୍ରଦାନ କରାଯାଇଥାଏ । ପଦାର୍ଥରେ ଇଲେକଟ୍ରନ ଗତିଶୀଳତାର ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ ପଲସ ଉତ୍ପନ କରିବାର ପରୀକ୍ଷାମୂଳକ ପ୍ରଣାଳୀ’ ପାଇଁ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ଦିଆଯିବ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |