ଭୁବନେଶ୍ୱର,୩।୧୦: ବିଧାନସଭାର ମୌସୁମୀ ଅଧିବେଶନ ଶେଷ। ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି। ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ଅଧିବେଶନ। ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ପୋଡିୟମ ପାଖରେ ବିଜେପି ସଦସ୍ୟ ନାରାବାଜି ଲଗାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବା ପାଇଁ ଦାବି କରାଯାଇଥିଲା । ଏହା ବ୍ୟତୀତ ୨ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାରର ଦାବି କରିଥିଲା ବିଜେପି । ବିରୋଧୀ ଦଳ ବାଚସ୍ପତିିଙ୍କ ପକ୍ଷପାତିତାକୁ ନେଇ ଅଭିଯୋଗ କାରି ହଟ୍ଟଗୋଳ କରିଥିଲେ । ହଟ୍ଟଗୋଠ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |