ଭୁବନେଶ୍ୱର,୩।୧୦:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜଟଣୀ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି।ଜଟଣୀ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନସର ହସ୍ପିଟାଲ୍ ଓ ରିସର୍ଚ୍ଚ ସେଣ୍ଟର ପାଇଁ ମଙ୍ଗଳବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ବିଶ୍ୱସ୍ତରୀୟ କ୍ୟାନସର କେୟାର ସେଣ୍ଟର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ୍ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ କ୍ୟାନସର ଚିକିତ୍ସାକୁ ଏହା ବଳ ଦେବ । କର୍କଟ ଚିକିତ୍ସା ପାଇଁ ଲୋକଙ୍କୁ ମୁମ୍ବାଇ ଭଳି ବଡ଼ ସହର ଯିବାକୁ ପଡ଼ିବ ନାହିଁ । ଲୋକେ ଖର୍ଚ୍ଚାନ୍ତରୁ ବଞ୍ଚିବା ସହ ମାନସିକ ଚାପରୁ ରକ୍ଷା ପାଇବେ । ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ଭଳି ପଡ଼ୋଶୀ ରାଜ୍ୟର କ୍ୟାନସର ରୋଗୀ ଉପକୃତ ହେବେ ।୨ଶହ ଶଯ୍ୟା ବିଶିଷ୍ଟ ଏହି କ୍ୟାନ୍ସର ହସ୍ପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି। ଏହି ହସ୍ପିଟାଲ ଦ୍ବାରା ରାଜ୍ୟରେ କର୍କଟ ଚିକିତ୍ସା ସେବା ଅଧିକ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ନବୀନ। ଏହା ବ୍ୟତୀତ ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ରୋଗୀ ମଧ୍ୟ ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ହସ୍ପିଟାଲରେ ରୋଗୀ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ମାଗଣା ଚିକିତ୍ସା ପାଇପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |