କେନ୍ଦ୍ରାପଡା,୩।୧୦: କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା l ଏଥିପାଇଁ କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ବିଧିବଦ୍ଧ ଭାବେ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ ଆବେଦନ କରାଯାଇଥିଲା । ଆବେଦନ ପତ୍ରର ତର୍ଜମା କରିବା ସହ ରସାବଳିର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଏହାକୁ ଜିଆଇ ଟ୍ୟାଗ ପ୍ରଦାନ କରାଯାଇଛି l ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାପାଇଁ କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ପ୍ରଥମେ ୨୦୨୦ ମସିହା ଜୁଲାଇ ମାସରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା l ପରେ ଏ ନେଇ ବିଭିନ୍ନ ପର୍ଯ୍ୟାୟରେ ସଂଘ ପକ୍ଷରୁ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ, ଅଭିଯାନ ଆଦି ଜାରି ରହିଥିଲା l ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |