ଭୁବନେଶ୍ୱର,୩।୧୦: ‘ସମ୍ବାଦ’ର ୪୦ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଛି। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। କାର୍ଯ୍ୟକ୍ରମରେ ସଭାପତିତ୍ବ କରୁଛନ୍ତି ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ। ଅତିଥିମାନେ ଦୀପ ପ୍ରଜ୍ଜ୍ବଳନ କରିବା ପରେ ‘ସମ୍ବାଦ’ର ସଂପାଦକ (ଫିଚର୍) ଗୌରହରି ଦାସ ଅତିଥିମାନଏହି ଅବସରରେ ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ଅଭିଭାଷଣରେ କହିଛନ୍ତି, ଆଜି ‘ସମ୍ବାଦ’ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ଅଭିଯାନ, ଏକ ଆନ୍ଦୋଳନ। ‘ସମ୍ବାଦ’ ଲୋକଙ୍କ ସହ ଯୋଡ଼ି ହୋଇ ରହିଛି ଏବଂ ଏହା ଆଗକୁ ବି ଯୋଡ଼ି ହୋଇରହିବ।ଏହି କାର୍ଯ୍ୟକ୍ରମରେ ଅତିଥିମାନେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ କରିଥିଲେ। ଏଥିରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |