ସିକିମ,୪।୧୦ : ସିକିମରେ ବନ୍ୟା ପରିସ୍ଥିତି । ବାଦଲଫଟା ବର୍ଷା ଯୋଗୁଁ ତୀସ୍ତା ନଦୀରେ ବନ୍ୟାର ପରିସ୍ଥିତି ଉପୁଜିଛି । ଲାଚେନ ଉପତ୍ୟାକାର ତୀସ୍ତା ନଦୀରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଏହି ବନ୍ୟାରେ ସେନାଙ୍କର କ୍ୟାମ୍ପ ପ୍ରଭାବିତ ହୋଇ ୨୩ ଯବାନ ଭାସି ଯାଇ ନିକୋଜ ହୋଇଯାଇଛନ୍ତି । ବାଦଲ ଫଟା ବର୍ଷା ଯୋଗୁ ସିକିମରେ ବନ୍ୟା ପରିସ୍ଥିତି ଉପୁଜିଛି। ତୀସ୍ତା ନଦୀରେ ଗତକାଲି ରାତିରେ ଅଚାନକ ବନ୍ୟା ପାଣି ମାଡ଼ି ଆସିବାରୁ ପ୍ରାୟ ୨୩ ଯବାନ ଭାସି ଯାଇ ନିଖୋଜ ହୋଇ ଯାଇଥିବା ଜଣାଯାଇଛି। ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ସାମିଲ ହେବାରୁ ଆଖପାଖ ରାଜ୍ୟରୁ ସେନା ଯବାନ ସିକିମରେ ପହଞ୍ଚୁଥିବା ଜଣାଯାଇଛି। ଉତ୍ତର ସିକିମର ଲାଚେନ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଲା। ଫଳରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଫ୍ଲାସ୍ ଫ୍ଲଡ ହେବାରୁ ସେନାର ୨୩ ଯବାନ ନିଖୋଜ ହୋଇ ଯାଇଛନ୍ତି। ଏଥିଯୋଗୁ ବହୁ ସେନା କ୍ୟାମ୍ପ ଭୁଶୁଡ଼ି ଯାଇଥିବା ବେଳେ ବେଳେ ଯାନବାହନ ଭାସି ଯାଇଛି। ବାଦଲ ଫଟା ବର୍ଷା ହେତୁ ତୀସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଚୁଗଥାଙ୍ଗ ଡ୍ୟାମରୁ ପାଣି ଛଡ଼ାଯିବାରୁ ତଳି ଅଞ୍ଚଳରେ ୧୫ରୁ ୨୦ ଫୁଟ ଉଚ୍ଚ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ସିଙ୍ଗତମ ନିକଟରେ ଛିଡ଼ା ହୋଇଥିବା ଯାନବାହନ ଭାସିଯାଇଛି।ତୀସ୍ତା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ନଦୀକୂଳରେ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |