ଭୁବନେଶ୍ୱର,୪।୧୦ : ଆଜି ଠାରୁ ଖୋଲିବ ୟୁନିଟ-୧ ହାଟ । ତେବେ ଦଶହରା ପୂର୍ବରୁ ଏଠାରେ ଥିବା ସମସ୍ୟାର ସମାଧାନ ହୋଇଛି । ଏଥି ପାଇଁ ବ୍ୟବସାୟୀମାନଙ୍କ ମନରେ ଉତ୍ସାହ ଓ ଖୁସି ଦେଖିବାକୁ ମିିଳିବ । ୧ ନମ୍ବର ହାଟର ବ୍ୟବସାୟୀ ସଂଘର ସଭାପତି ଏହା ସୂଚନା ଦେଇଛନ୍ତି ।ପାର୍କିଂ ସମସ୍ୟାକୁ ନେଇ ୫ଦିନ ତାଲା ପଡ଼ିବା ପରେ ଆଜି ବିଧିବଦ୍ଧ ଭାବରେ ହାଟ ଖୋଲିଛି। ଗତ ରାତିରେ ବିଧାୟକଙ୍କ ସହ ଆଲୋଚନା ପରେ ଡେପୁଟି କମିସନର ଓ ଜେଡ୍ଡିସି ଆଜି କ୍ଷେତ୍ର ପରିଦର୍ଶନ କରିଥିଲେ। ୪ଟି ସ୍ଥାନରେ ପାର୍କିଂ ପାଇଁ ଜାଗା ଥିବାରୁ ରାସ୍ତା କଡ଼ରେ ଆଉ ପାର୍କିଂର ଆବଶ୍ୟକତା ନଥିବା ଉଭୟପକ୍ଷ ହୃଦୟଙ୍ଗମ କରିଛନ୍ତି। ଏଣୁ ଆଗକୁ ସମସ୍ୟା ହେବ ନାହିଁ ବୋଲି କୁହାଯାଇଛି। ନିଷ୍ପତ୍ତି ପରେ ଧାରଣାରେ ବସିଥିବା ବ୍ୟବସାୟୀମାନେ ମାର୍କେଟ୍ ଖୋଲିଥିବା କଞ୍ଚା ପରିବା ମହାସଂଘ ସମ୍ପାଦକ କବିରାଜ ସ୍ବାଇଁ ସୂଚନା ଦେଇଛନ୍ତି।BMC ସହ ଆଲୋଚନା ପରେ ଏହି ହାଟ ଖୋଲିବ । ପାର୍କିଙ୍ଗ ସହ ଜବରଦଖଲ ଏବଂ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରିଥିଲେ ବ୍ୟବସାୟୀ ସଙ୍ଘ । ତେବେ ଗତ କାଲି BMC ଅଧିକାରୀ ହାଟ ପରିଦର୍ଶନ କରିବା ପରେ ଏବଂ ଦାବି ପୂରଣ କରିବାକୁ ପ୍ରତିଶ୍ରୃତି ଦେଇଥିଲେ । ୨ରୁ୪ ଦିନ ସମୟ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି BMC କହିଛି । ଯାହା ଫଳରେ ବ୍ୟବସାୟୀ ସଙ୍ଘ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |