ରାଜ୍ୟରେ ଲଘୁଚାପ ପ୍ରଭାବ,୯ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର,୪।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମବଙ୍ଗରେ ସ୍ଥଳଭାଗ ଅତିକ୍ରମ କରି ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ ପର୍ଯ୍ୟନ୍ତ ପହଁଚିଥିଲା । ତେବେ ଆଜି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ୯ଟି ଜିଲ୍ଲାକୁ ୱାର୍ଣ୍ଣିଂ କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପଣିପାଗ କେନ୍ଦ୍ର ସୂଚନା ଦେଇଛି ।ଲଘୁଚାପ ପ୍ରଭାବରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ବର ସମେତ ବାଲେଶ୍ବର, କଟକ, ଚାନ୍ଦବାଲି ଏବଂ କେନ୍ଦୁଝରରେ ବର୍ଷା ଲାଗି ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲାର ବାମରାରେ ସର୍ବାଧିକ ବର୍ଷା ୧୪୬.୨ମି.ମି ରେକର୍ଡ ହୋଇଥିବାବେଳେ କେନ୍ଦୁଝର ଜିଲାର ବଂଶପାଲ ୧୩୦.୩, ଘସିପୁରା ୧୩୦.୨, ଆନନ୍ଦପୁର ୧୨୬.୨ ଏବଂ ଢେଙ୍କାନାଳ ଜିଲାର ଭୁବନ ୧୧୫ ଓ ଅନୁଗୋଳ ଜିଲାର ଆର.ଏନ.ନଗରରେ ୧୧୧.୨ ମି.ମି ବର୍ଷା ରେକର୍ଡ ହୋଇଛି। ଲଘୁଚାପ ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୨୬.୮ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୪.୬ମିମି ତୁଳନାରେ ୪୭୭% ଅଧିକ ରହିଛି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!