ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼,୦୫/୧୦ :ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ। ସୁନ୍ଦରଗଡ଼ ସହକାରୀ ଜିଲ୍ଲାପାଳ ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ଯାର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା।ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ବନ୍ଦ ଡାକରା ଦେଇଛି। ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ଏହି ସମୟରେ ସମସ୍ତ ଦୋକାନ ବଜାର ପେଟ୍ରୋଲ ପମ୍ପ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ  ଶିକ୍ଷା ଅନୁଷ୍ଠାନ ଓ ଗାଡି ମଟର ବନ୍ଦ ରହିବ।   ଦୁଇ ମହିଳା ଅଫିସରଙ୍କ ହତ୍ୟା ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେପି ବନ୍ଦ ପାଳନ କରୁଛି। ବିଜେପି ମହିଳା ମୋର୍ଚ୍ଚା ଓ ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନାରେ ଏ ଏସ୍ ଆଇ ଅଲିଶା ଲୁଗୁନଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବଣାଇ, ଗୁରୁଣ୍ଡିଆ, ଲହୁଣୀପଡା, କୋଇଡା ବ୍ଲକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆଜି ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡ଼ିମଟର ବନ୍ଦ କରିଛନ୍ତି। ବନ୍ଦ ପ୍ରଭାବରେ ଏନଏଚର ଦୁଇ ପାର୍ଶ୍ୱରେ ଶହ ଶହ ଗାଡିମଟର ଅଟକି ରହିଥିବାବେଳେ ବିଭିନ୍ନ ବସଷ୍ଟାଣ୍ଡରେ ବସ୍‌ ଗୁଡିକ ଛିଡ଼ା ହୋଇଛି। ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!