ସିକିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ

ଢେଙ୍କାନାଳ ,୫ା୧୦:ବାଦଲଫଟା ବର୍ଷାରେ ସିକିମରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା। ସିକିମର ଏହି ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲେ ୨୩ ଯବାନ। ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣ ଏବେ ବି ନିଖୋଜ ଅଛନ୍ତି।  ଏହି ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଶାର ଥିବା ସୂଚନା ରହିଛି। ନିଖୋଜ ଯବାନ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗାଁର ସରୋଜ କୁମାର ଦାସ । ସରୋଜ ସେନାରେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ 29 ବର୍ଷ ବୟସ ହୋଇଥିବା ସୂଚନା।ନିଖୋଜ ଓଡ଼ିଶା ଯବାନ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଢ଼ିପ ଗାଁର ସରୋଜ କୁମାର ଦାସ। ସରୋଜ ଭାସିଯାଇଥିବା ଖବର ପାଇବା ପରେ ତାଙ୍କ ପରିବାର ଚିନ୍ତିତ ଅଛନ୍ତି। ଏବେବି ତାଙ୍କର କୌଣସି ପତ୍ତା ମିଳିନାହିଁ।  ମଙ୍ଗଳବାର ରାତି ୧୦ଟାରେ ନିଜ ଭାଇ ମନୋଜଙ୍କ ସହ ଫୋନରେ କଥା ହୋଇଥିଲେ ସରୋଜ। ପ୍ରବଳ ବର୍ଷା ହେଉଛି ଏବଂ ସେ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି କହିଥିଲେ। ତେବେ ଏହାର ଦେଢ଼ ଘଣ୍ଟା ପରେ ଘରକୁ ଖବର ଆସିଥିଲା ଯେ, ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ଅନ୍ୟ ୨୩ ଯବାନ ଭାସିଯାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!