ସମ୍ବଲପୁର,୦୫/୧୦:ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପିଟାପିଟି ହୋଇଛି। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି। ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାବୁଝା କରିଛି।ପୁଲିସର ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ସାଢେ ଚାରିଟା ବେଳେ ଏହି ଘଟଣା ଘଟିଛି। କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ଖବର ପାଇ, ସଂପୃକ୍ତ ସୁରକ୍ଷା କର୍ମୀଙ୍କ ସମ୍ପର୍କୀୟ ଯାଇ PG ଛାତ୍ରଙ୍କୁ ମାଡ଼ ମାରିଥିଲ । ଘଟଣା ଜଣାପଡିବା ପରେ ଅନ୍ୟ କିଛି PG ଡାକ୍ତରୀ ଛାତ୍ର ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ପିଟାପିଟି ହୋଇଥିଲା। ପରେ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |