ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପର ଝଟକା

ନୂଆଦିଲ୍ଲୀ୦୫/:ଜାପାନରେ ପ୍ରବଳ ମାତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ୬.୬ ବୋଲି ସୂଚନା ମିଳିଛି। ଏହା ପରେ ଜାପାନର ପାଣିପାଗ ବିଭାଗ ମଧ୍ୟ ସୁନାମି ସମ୍ପର୍କରେ ଚେତାବନୀ ଦେଇଛି। ୫ ଅକ୍ଟୋବର ଦିନ ଜାପାନୀ ସମୟ ୧୧ ଟା ବେଳେ ଏହି ଭୂକମ୍ପ ଘଟିଥିଲା। ଜାପାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୬ ରହିଛି । ଭୂମିକମ୍ପ ଝଟକା ପରେ ଜାପାନ ପାଣିପାଗ ବିଭାଗ ସୁନାମୀ ଚେତାବନୀ ଜାରି କରିଛି । ଜାପାନ ସମୟ ଅକ୍ଟୋବର ୫ ତାରିଖ ସକାଳ ୧୧ଟାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ଗଭୀର ୧୦ କିଲୋମିଟର ଯାଏ ଥିଲା । ଜାପାନର ଇଜୁ ଦ୍ୱୀପରେ ୧ ମିଟର ଉଚ୍ଚତା ବିଶିଷ୍ଟ ତରଙ୍ଗ ପୂର୍ବାନୁମାନ କରିଥିବାବେଳେ ପୂର୍ବର ଚିବା ପ୍ରିଫେକ୍ଟର ଠାରୁ ପଶ୍ଚିମରେ କାଗୋସିମା ପ୍ରିଫେକ୍ଟର ପର୍ଯ୍ୟନ୍ତ ୦.୨ ମିଟର ତରଙ୍ଗ ହେବାର ଆଶଙ୍କା ରହିଛି। ସତର୍କତା ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଆଜି ସକାଳେ ଉତ୍ତରାଖଣ୍ଡର ଉତ୍ତରାକାଶୀରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ୩.୨ ମାପ କରାଯାଇଛି । ଉତ୍ତରକାଶୀ ଜିଲ୍ଲାରେ ଭୂମିକମ୍ପର କମ୍ପନ ସେଠାକାର ବାସିନ୍ଦାଙ୍କ ନିଦ ହଜାଇଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!