ଅହମଦାବାଦ,୦୫/୧୦: ବିଶ୍ବକପ୍ ୨୦୨୩ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ବିଶ୍ବକପ୍ରେ ଅନେକ ରେକର୍ଡ ହେବା ନେଇ ଯେଉଁ ସବୁ ଆକଳନ କରାଯାଉଥିଲା ତାହା ପ୍ରଥମ ମ୍ୟାଚ୍ରୁ ହିଁ ଆରମ୍ଭ ହୋଇଯାଇଛି । ଆଜି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଉଛି। ଆଜିଠାରୁ ଆରମ୍ଭ ହୋଇଛି କ୍ରିକେଟ୍ର ମହାକୁମ୍ଭ। ଗୁଜରାଟର ଅହମଦାବଦରେ ଖେଳା ଯାଉଛି ପୁରୁଷ କ୍ରିକେଟ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍। ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଛି ଏହି ମ୍ୟାଚ୍। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୨୮୨ ରନ୍ କରିଛି। ଏହା ସହିତ ଇଂଲଣ୍ଡ ଟିମ୍ ନାଁରେ ଯୋଡ଼ି ହୋଇଯାଇଛି ଏକ ନିଆରା ରେକର୍ଡ, ଯାହା ଗତ ୫୨ ବର୍ଷ ମଧ୍ୟରେ ଖେଳା ଯାଇଥିବା ୪୬୫୮ଟି ଅନ୍ତର୍ଜାତୀୟ ଦିନିକିଆରେ କେବେ ଘଟି ନଥିଲା। ଇଂଲଣ୍ଡ ଆଜି ୨୮୨ ରନ୍ କରିଥିବା ବେଳେ ଦଳର ସମସ୍ତ ୧୧ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ରନ୍ କରିଥିଲେ। ପୂର୍ବରୁ ଅନ୍ତଜାର୍ତୀୟ ଦିନିକିଆରେ କୌଣସି ଟିମ୍ର ବ୍ୟାଟରମାନେ ଏପରି କରି ନଥିଲେ।ଜନ୍ନି ବେୟାରଷ୍ଟୋ ୩୩ ରନ୍ କରିଥିବା ବେଳେ ଡାୱିଡ ମଲାନ ୧୪, ଜୋ ରୁଟ୍ ୭୭, ହ୍ୟାରୀ ବ୍ରୁକ୍ ୨୫, ମୋଇନ ଅଲୀ ୧୧, ଜୋଶ ବଟ୍ଲର ୪୩, ଲିଆମ ଲିଭିଙ୍ଗଷ୍ଟୋନ୍ ୨୦, ସାମ୍ କରନାନ ୧୪, କ୍ରିସ୍ ୱିକ୍ସ ୧୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଦିଲ ରଶିଦ ୧୫ ରନ୍ ଓ ମାକଆ ଉଡ୍ ୧୩ ରନ୍ କରି ଅପରାଜିତ ରହିଥିଲେ। ଜୋ ରୁଟ୍ଙ୍କ ବ୍ୟତୀତ ଅନ୍ୟ କେହି ଅର୍ଦ୍ଧଶତକ ଛୁଇଁ ନଥିଲେ। କିନ୍ତୁ ସମସ୍ତଙ୍କର କିଛି କିଛି ଯୋଗଦାନ ଯୋଗୁ ଦଳ ଏକ ଭଲ ସ୍କୋର କରିବାର ସମର୍ଥ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |