ଭୁତକୋଠି ପାଲଟିଛି ସରାଗୁଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ,ANM କେନ୍ଦ୍ର କୁ ଆସୁନଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୦୫/୧୦:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୋଈଲାରୀ ପଞ୍ଚାୟତ ଅଧୀନରେ ଥିବା ସରାଗୁଡା ଗ୍ରାମରେ ନିର୍ମାଣ ହୋଇଛି ଏକ ଏ ଏନ ଏମ ସେଣ୍ଟର |ସରାଗୁଡା, ଝାଳିଆଗୁଡା ଓ କେନ୍ଦୁଗୁଡା ଗ୍ରାମବାସୀଙ୍କ ସୁବିଧା ପାଇଁ ଏହି କେନ୍ଦ୍ରଟି ନିର୍ମିତ ହୋଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟସେବାରୁ ଅଞ୍ଚଳବାସୀ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି |କେନ୍ଦ୍ରରେ କାର୍ଯ୍ୟରତ ଏ ଏନ ଏମ କବିତା ନାୟକ ପ୍ରତିଦିନ କେନ୍ଦ୍ରକୁ ଆସୁନାହାନ୍ତି କି ପ୍ରତିଦିନ କେନ୍ଦ୍ର ଖୋଲୁନାହାନ୍ତି |ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି ଅଂଚଳବାସୀ |ଏ ସମ୍ପର୍କରେ ଆମେ ସରାଗୁଡା ର ଆଶା ଯମୁନା ଭତରା ଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ନିଜ ପ୍ରତିକ୍ରିୟାରେ କହିଛନ୍ତି କି ଜଣେ ଦିଦି 5ଟି ସବ ସେଣ୍ଟର ଦେଖୁଛନ୍ତି |ତେଣୁକରି ସବୁଦିନ ସେଣ୍ଟର ଆସିବା ସମ୍ଭବ ନୁହେଁ ବୋଲି କହିଛନ୍ତି |ଅନ୍ୟପକ୍ଷେ ଏ ଏନ ଏମ ସବ ସେଣ୍ଟର ଟି ଡାବୁଗାଁ-ଉମରକୋଟ ମୁଖ୍ୟ ରାସ୍ତାରେ (ସରାଗୁଡା ଛକରେ )ରହିଥିବାରୁ ଆମ ପ୍ରତିନିଧି ଛକରେ ଦୋକାନ କରିଥିବା କିଛି ଦୋକାନୀଙ୍କ ମଧ୍ୟ ପ୍ରତିକ୍ରିୟା ନେଇଥିଲେ, ହେଲେ ସେମାନେ ମଧ୍ୟ ଗ୍ରାମବାସୀଙ୍କ ଭଳି ହିଁ ପ୍ରତିକ୍ରିୟା ଦେଇଛନ୍ତି |ସେମାନଙ୍କ କହିବା ପ୍ରକାରେ ସପ୍ତାହରେ 4/5ଦିନ ଏମିତି ସେଣ୍ଟର ବନ୍ଦ ରହୁଛି |କଣ ପାଇଁ ଯେ ବନ୍ଦ ରହୁଛି ଆମେ ଜାଣିନୁ ବୋଲି ଦୋକାନୀମାନେ କହିଛନ୍ତି |ଏସବୁ ତଥ୍ୟରୁ ଜଣାପଡୁଛି କି, ଲିଆ କୁ ଗୁଡ ସାକ୍ଷୀ ସଦୃଶ ଆଶାକର୍ମୀ ଏ ଏନ ଏମ ଙ୍କ ସପକ୍ଷରେ କହୁଥିବା ବେଳେ ଗ୍ରାମବାସୀ ଓ ଦୋକାନୀମାନେ କିନ୍ତୁ ଏ ଏନ ଏମ ଙ୍କ ବିପକ୍ଷରେ କହୁଛନ୍ତି |ଆମ ପ୍ରତିନିଧି ତିନୋଟି ଯାକ ଗାଁ ବୁଲି ଜନସାଧାରଣଙ୍କ ପ୍ରତିକ୍ରିୟା ନେଇଥିଲେ |ସମସ୍ତଙ୍କ ମୁହଁରୁ କେବଳ ଗୋଟିଏ ମାତ୍ର ପ୍ରତିକ୍ରିୟା, କି, ଜେନ୍ଦ୍ର ପ୍ରାୟ ସମୟରେ ବନ୍ଦ ରହୁଛି |ତେଣୁ ପ୍ରଶାସନ ଏ ବିଷୟକୁ ଗୁରୁତର ସହିତ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କଲେ ଅଞ୍ଚଳର ଉପକାର ହେବ ବୋଲି ସରାଗୁଡା ଗ୍ରାମର ଲାଇବାନ ଭତରା, କପୁର ଚନ୍ଦ୍ର ଭତରା, ଶୁକଦେବ ପୂଜାରୀ, ବଳରାମ ପନକା, ଚୈତନ୍ୟ ଭତରା, କେନ୍ଦୁଗୁଡା ଗ୍ରାମର ନରସିଂହ ଭତରା, ସନାଧର ଭତରା, ବୁଦରୁ ଗୌଡ଼, ଝାଳିଆଗୁଡାର ସନ୍ୟାସୀ ଭତରା, ହୀରାସିଂ ଯାନୀ, ଖଗ ଭତରାଙ୍କ ସମେତ ଅନ୍ୟାନ୍ୟ ଅଞ୍ଚଳବାସୀ ଦାବୀ କରୁଛନ୍ତି |

9054d449 9ef7 4e57 8a06 9156fe9294db

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!