ରାଜକନିକା,୫/୧୦ : ରାଜକନିକା ବ୍ଲକ୍ ତ୍ରୈଲୋକ୍ୟପୁର ଗ୍ରାମରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା) ତରଫରରୁ ଗ୍ରାମ୍ୟ ନିଶା ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ନିଶା ବିଶେଷ କରି ଗାଁଗାଁରେ ସରକାରୀ ପ୍ରୋତ୍ସାହିତ ମଦ କାରବାର, ସେଥିରେ କ୍ଷତିଗ୍ରସ୍ତ ସମଗ୍ର ସମାଜ ଓ ତାର ପ୍ରତିକାର ବିଷୟରେ ଆଲୋଚନା କରାଯାଇଥିଲା । ଏବେ ସବୁ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ମାନଙ୍କରେ ମଦର କାରବାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଏହାକୁ ଜନମଙ୍ଗଳକାରୀ ସରକାର ଗୁରୁତ୍ୱ ଦେବାକୁ ଦାବି ହୋଇଥିଲା । ଏହା ସହିତ ବ୍ୟକ୍ତି ଏବଂ ଗୋଷ୍ଠୀସ୍ତରରେ ମଧ୍ୟ ସଚେତନତା ଚାଲୁ ରହୁ । ଅକ୍ଟୋବର ମାସ ମଧ୍ୟରେ ତ୍ରୈଲୋକ୍ୟପୁର ଗ୍ରାମପଞ୍ଛାୟତସ୍ତରୀୟ ନିଶା ନିବାରଣ ସମିତି ଗଠନ କରିବାକୁ ନବ କିଶୋର ସୂତାର ଏବଂ ବୀରେନମିତ୍ର ରାଉତରାୟଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ବୀରେନମିତ୍ର ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜକନିକା ବ୍ଲକ୍ ନିଶା ନିବାରଣ ଅଭିଯାନର ସଂଯୋଜକ କୌଳାସ ଚନ୍ଦ୍ର ମଲ୍ଲିକ, କାଳୀପ୍ରସାଦ ନାୟକ, ଗଙ୍ଗାଧର ମଲ୍ଲିକ, ସୁଶାନ୍ତ ମହାନ୍ତି, ସୁରେନ୍ଦ୍ରନାଥ ନାୟକ, ଗୋପୀନାଥ ବିଶ୍ୱାଳ, ଭାଗିରଥୀ ମଲ୍ଲିକ, କୃତ୍ତିବାସ ମଲ୍ଲିକ, ବିବେକାନନ୍ଦ ବେହେରା, କୁବେର ମଲ୍ଲିକ, ବାଦଲ ସେଠୀ, ବିକ୍ରମ ବେହେରା, ରାଜେନ୍ଦ୍ର ମଲ୍ଲିକ, ନଳିନୀକାନ୍ତ ରାଉତ, ପ୍ରମୋଦ ରାଉ. ମଧୂସୁଦନ ସାମଲ ଏବଂ ଗଣେଶ୍ୱର ମଲ୍ଲିକ ପ୍ରମୁଖ ଯୋଗଦେଇ ଗ୍ରାମବାସୀମାନଙ୍କୁ ନିଶାର କୁ ପ୍ରଭାବ ସଂପର୍କରେ ଆଲୋକପାତ୍ କରିବା ସହିତ ନିଶା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ରାଜକନିକା ବ୍ଳକ୍ର ପ୍ରତି ଗ୍ରାମ ପଞ୍ଚାୟତରେ ଏହି ସଭା କରାଯାଇ ନିଶା ନିବାରଣ କରାଯିବାକୁ ଶତ ଚେଷ୍ଠା ଜାରି ରହିଥିବାର ରାଜକନିକା ବ୍ଲକ୍ ନିଶା ନିବାରଣ ଅଭିଯାନର ସଂଯୋଜକ କୌଳାସ ଚନ୍ଦ୍ର ମଲ୍ଲିକ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |