ଆଜି ପବିତ୍ର ମୂଳାଷ୍ଟମୀ,ମା’ ଶାରଳାଙ୍କ ପୀଠରେ ଷୋଡ଼ଶ ପୂଜା

ଜଗତସିଂହପୁର, ୦୬/୧୦ : ଆଜି ପବିତ୍ର ମୂଳାଷ୍ଟମୀ,ମା’ ଶାରଳାଙ୍କ ପୀଠରେ ଷୋଡ଼ଶ ପୂଜା |ଆଜି ପବିତ୍ର ମୂଳାଷ୍ଟମୀ। ଆଜି ଠାରୁ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ବ୍ୟାପି ପାର୍ବଣ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ ହେବ।  ଏହି ଅବସରରେ ଆଜିଠାରୁ ମା’ ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହ ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବ। ଏଥି ସହିତ ମା’ଙ୍କୁ ସୁସଜ୍ଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ । ପାର୍ବଣକୁ ନେଇ ସେବାୟତ ତଥା ଶ୍ରଦ୍ଧାଳୁଙ୍କ ମନରେ ବେଶ ଆନନ୍ଦ ଦେଖିବାକୁ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!