ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୬ା୧୦:ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଗ୍ରାମ ପଞ୍ଚାୟତ ରୁ ସେମଳା ଆଂଚଳିକ ସାଧନ କେନ୍ଦ୍ର ତରଫରୁ ଭଇରା ପୂଜାରୀ ଗୁଡା ଗ୍ରାମରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟ କ୍ରମ ରେ ପୂର୍ବ ତନ ଜିଲ୍ଲା ପରିଷଦ ଵୁଦୁରାମ ମାଝୀ, ପୂର୍ବତନ ସରପଞ୍ଚ ଡମ୍ବରୁ ଭତରା ସହ ବିଭିନ୍ନ ବିଦ୍ୟାଳୟରୁ ପ୍ରଧାନ ଓ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ। ପ୍ରଧାନ ଶିକ୍ଷକ ଦୈତ୍ୟାରି ପୂଜାରୀ, ରଞ୍ଜନ ଖୁରା, ପୁଷ୍ପା ବାହୁକ, ସୋମନାଥ ମାଝୀ,ନିରଜ ରାଉତ, ପରମେଶ୍ବର ସାହୁ,ଚେତାବନୀ ସା ପ୍ରମୁଖ ଉପସ୍ଥିତ ଥିଲେ। ସୁରଭି ରେ ନାଚ, ଗୀତ,କୁଇଜ୍, ଚିତ୍ରକଳା ପରିଚାଳନା ହୋଇଥିଲା। ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନରେ ପିଲାମାନଙ୍କୁ ସାର୍ଟିଫିକେଟ ପ୍ରଦାନ ସହ ପୁରସ୍କାର ପ୍ରଦାନ ସହ ପ୍ରଥମ ହୋଇଥିବା ପିଲାମାନଙ୍କୁ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଉପସ୍ଥିତ ଶିକ୍ଷକ, ଛାତ୍ର ଛାତ୍ରୀ କୁ, ଗ୍ରାମ ବାସୀଙ୍କୁ ଧନ୍ୟବାଦ ଅର୍ପଣ କରି ଶୋଭା ସମାପ୍ତ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |