ଭୁବନେଶ୍ବର,୦୬/୧୦: ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଚିତ୍ତରଂଜନ ତ୍ରିପାଠୀ ହୋଇଛନ୍ତି ଏନଏସଡିର ନୂଆ ନିର୍ଦ୍ଦେଶକ । ଦିଲ୍ଲୀରେ ଥିବା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି ।ଚାନ୍ଦବାଲିର ପୁଅ ଚିତ୍ତରଂଜନ ତ୍ରିପାଠୀ ଦିଲ୍ଲୀ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା(ଏନଏସଡି)ର ନିର୍ଦ୍ଦେଶକ ହେଲେ । ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦବୀରେ ଅଳଙ୍କୃତ କରିଛନ୍ତି। ଚିତ୍ତରଞ୍ଜନ ତ୍ରିପାଠୀ ହେଉଛନ୍ତି ଏକାଧାରରେ ଜଣେ ଅଭିନେତା, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗାୟକ, ସଂଗୀତକାର, ନିର୍ଦ୍ଦେଶକ ଓ ପ୍ରଯୋଜକ। ସେ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଧଉଳି ଏକ୍ସପ୍ରେସ’ ଓ ‘ମୁଖ୍ୟମନ୍ତ୍ରୀ’ର ନିର୍ଦ୍ଦେଶନା ଦେଇଥିଲେ। ଉଭୟ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ। ‘ଧଉଳି ଏକ୍ସପ୍ରେସ’ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାଛଡ଼ା ସେ କେତେକ ହିନ୍ଦୀ ଚଳଚ୍ଚିତ୍ର, ଧାରାବାହିକ ଓ ୱେବ ସିରିଜରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |