ହାଙ୍ଗଝୌ,୬/୧୦: ଭାରତୀୟ ପୁରୁଷ ହକି ଟିମ୍ ଶୁକ୍ରବାର ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି।ହାଙ୍ଗଝୌ ଏସୀୟ କ୍ରୀଡ଼ା ହକିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଜାପାନକୁ ୫-୧ ଗୋଲରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣପଦକ ଜିତିବା ସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । ପୂର୍ବରୁ ଗ୍ରୁପ ପର୍ୟ୍ୟାୟରେ ଅପରାଜେୟ ଥିବା ଭାରତ ସେମିଫାଇନାଲରେ କୋରିଆକୁ ହରାଇ ଫାଇନାଲରେ ପହଞ୍ଚିଥିଲା ।ଏଥିସହିତ ଭାରତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି । ଫାଇନାଲରେ ମନପ୍ରୀତ ସିଂ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ହରମନପ୍ରୀତ ସିଂ ଦ୍ୱିତୀୟ ଗୋଲ ଦେଇଥିଲେ ।ଭାରତୀୟ ଦଳରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସ ତୃତୀୟ ଗୋଲ ସ୍କୋର କରିଥିଲେ । ପୂର୍ବରୁ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ଥିବା ଭାରତ ସେମିଫାଇନାଲରେ କୋରିଆକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ଏହି ସ୍ୱର୍ଣ୍ଣ ସହ ଏସିଆନ ଗେମସ ହକିରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ପୂର୍ବରୁ ୧୯୬୬, ୧୯୯୮ ଏବଂ ୨୦୧୪ ଏସିଆଡରେ ସ୍ୱର୍ଣ୍ଣ ଜିତିଥିଲା ଭାରତ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |