ଭୁବନେଶ୍ୱର,୬ା୧୦ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ|ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ପୁରୀ ଗସ୍ତରେ ଯାଇଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସଚିବ ଅଧିକାରୀ ଏବଂ ଏଜେନ୍ସିମାନଙ୍କୁ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସେତୁ ଏବଂ ଜଗନ୍ନାଥବଲ୍ଲଭ ପାର୍କିଂ ସେଣ୍ଟର କାର୍ଯ୍ୟର ଅଗ୍ରଗତି ଏବଂ ଭକ୍ତମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଆଯିବା ନେଇ ସମୀକ୍ଷା କରିଥିଲେ। ସେତୁ କାର୍ଯ୍ୟ ନିର୍ମାଣ କରୁଥିବା ଏଜେନ୍ସି ଏବଂ ଜେବିପିସିକୁ ଏହି ପ୍ରକଳ୍ପକୁ ଠିକ୍ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ପୁରୀକୁ ଆସୁଥିବା ଭକ୍ତମାନେ ନୂଆବର୍ଷରୁ ଭଲ ଅନୁଭବ କରିବେ ବୋଲି ସଚିବ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |