ଭୁବନେଶ୍ୱର, ୭।୧୦ :ସିକିମ ବୁଲିବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି ଢେଙ୍କାନାଳ ଯୁବକ । ନିଖୋଜ ଯୁବକଜଣକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁର ୨୬ ବର୍ଷୀୟ ଚନ୍ଦ୍ରଶେଖର ସିଂହ ।ଚନ୍ଦ୍ରଶେଖର ନିଜ ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକିମ ବୁଲିବାକୁ ଯାଇଥିଲେ। ହେଲେ ମଙ୍ଗଳବାର ରାତିଠାରୁ ଚନ୍ଦ୍ରଶେଖର କି ତାଙ୍କ ସହ ଥିବା ଅନ୍ୟ କାହାର ଫୋନ ଲାଗୁ ନ ଥିବା କହିଛନ୍ତି ଚନ୍ଦ୍ରଶେଖରଙ୍କ ପରିବାର ଲୋକେ। ତେଣୁ ପୁଅକୁ ଖୋଜି ଆଣିବା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି ଚନ୍ଦ୍ରଶେଖର ସିଂହଙ୍କ ପରିବାର।ଗତ ୧ ତାରିଖରେ ସିମିନଇ ଗାଁର ଚନ୍ଦ୍ରଶେଖର କାଣ୍ଡବିନ୍ଧା ଗାଁରୁ ଜଣେ ସାଙ୍ଗ, ଅଙ୍କରାନ୍ତିପୁରରୁ ଦୁଇଜଣ ଭାଇ ଭଉଣୀ ଓ ଢେଙ୍କାନାଳ ଟାଉନ, କଟକ, ଭୁବନେଶ୍ୱରରୁ ଜଣେ ଲେଖାଏଁ ସାଙ୍ଗ ମିଶି ସିକିମ ବୁଲାବୁଲି କରିବାକୁ ଯାଇଥିବା ଜଣାଯାଇଛି|ଚନ୍ଦ୍ରଶେଖରଙ୍କ ବାପା ଅକ୍ଷୟ କୁମାର ସିଂହ ଓ ମା’ ସତ୍ୟଭାମା ସିଂହ ଗତ ମଙ୍ଗଳବାର ରାତି ସାଢେ ୯ଟାରେ ପୁଅ ସାଙ୍ଗେ କଥା ହୋଇଥିଲେ। ପୁଅ ଦିନଯାକ ସାଙ୍ଗମାନଙ୍କ ସହ ସିକିମରେ ବୁଲାବୁଲି ସାରି ରୁମ୍ରେ ଥିବା କଥା କହିଥିଲେ। ପରେ ଚନ୍ଦ୍ରଶେଖର କି ତାଙ୍କ ସାଥୀରେ ଥିବା କୌଣସି ସାଙ୍ଗର ଫୋନ ଲାଗୁ ନ ଥିବା କହିଛନ୍ତି ଚନ୍ଦ୍ରଶେଖରଙ୍କ ପରିବାର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |