ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ଗୋଟିଏ ଲେଖାଏଁ ‘କିନ୍ନର ସୁରକ୍ଷା ସେଲ’

ଭୁବନେଶ୍ୱର,୦୭/୧୦:   କିନ୍ନରଙ୍କ କଲ୍ୟାଣ ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ‘କିନ୍ନର ସୁରକ୍ଷା ସେଲ’ ପ୍ରତିଷ୍ଠା କରାଯିବ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ରାଜ୍ୟର ଖୋର୍ଦ୍ଧା, ନବରଙ୍ଗରପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଅନୁଗୁଳ ବ୍ୟତୀତ ଅନ୍ୟ ସବୁ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି । କିନ୍ନରମାନଙ୍କର ସୁରକ୍ଷା ପାଇଁ ଜିଲ୍ଲା ସ୍ତରରେ ଏହି ସେଲ ପ୍ରତିଷ୍ଠା କରିବା ଜରୁରୀ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି । ଏଥିସହିତ ଟ୍ରାନ୍ସଜେଣ୍ଡର ପର୍ସନ ଆଇନ-୨୦୧୯ ଓ ଟ୍ରାନ୍ସଜେଣ୍ଡର ପର୍ସ ନିୟମ-୨୦୨୦ ଅନୁସାରେ ଏହି ସେଲ ପ୍ରତିଷ୍ଠା ଜରୁରୀ ବୋଲି ମଧ୍ୟ କୁହାଯାଇଛି । ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲା ସ୍ତରରେ ସେଲ ପ୍ରତିଷ୍ଠା ସମ୍ପର୍କିତ ସୂଚନା ବିଭାଗକୁ ପଠାଇବେ ଓ ସେହି ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!