ଭୁବନେଶ୍ୱର,୭/୧୦: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ବିଜେପି ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରିତ କରାଯାଇ ଯେଉଁ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଛି ତାହାର ଦୃଢ଼ ନିନ୍ଦା କରିବା ସହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର ଜନପ୍ରିୟତା ଏବଂ ଗ୍ରହଣୀୟତାକୁ ବିଜେପି ଓ ମୋଦୀ ସରକାର ଭୟ କରୁଛନ୍ତି। ଏଣୁ ଜନସାଧାରଣରେ ଜନନାୟକ ରାହୁଲ ଗାନ୍ଧୀଙ୍କର ଛବିକୁ ମଳିନ କରିବା ପାଇଁ ମୋଦୀ ସରକାର ଷଡ଼ଯନ୍ତ୍ର କରୁଛି। ଏହା ଘୃଣା, ହିଂସା ଓ ଇର୍ଷାର ରାଜନୀତି ବୋଲି ଶ୍ରୀ ବେହେରା କହିଛନ୍ତି। ସେ କହିଛନ୍ତି, କ୍ଷମତାର ଅହମିକା ସବୁକାଳର ସୀମା ଟିପିଛି, ତା’ ସହିତ ଅସହିଷ୍ମୁତା ମଧ୍ୟ ସବୁ କାଳର ସୀମା ଟପିଛି। ରାଜନୀତିରେ ଏବଂ ଗଣତନ୍ତ୍ରରେ ସମାଲୋଚନା କରାଯାଏ। ମାତ୍ର ସବୁର ଗୋଟେ ଲକ୍ଷ୍ମଣ ରେଖା ଥାଏ। ବିଜେପି ଏତେ ଛାନିଆ କାହିଁକି ଓ ରାହୁଲ ଗାନ୍ଧୀଙ୍କ ପ୍ରତି ଏତେ ଭୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି ଯେ କିଏ ବିଦେଶୀ ଶକ୍ତି ଦ୍ୱାରା ପରିଚାଳିତ ତାହା ଦେଶବାସୀ ଜାଣନ୍ତି। ମାତ୍ର ବିଦେଶୀ ଶକ୍ତି ଦ୍ୱାରା ପରିଚାଳିତ ବୋଲି ରାହୁଲ ଗାନ୍ଧୀଙ୍କୁ ଦୋଷାରୋପ କରିବା ଦୁର୍ଭାଗ୍ୟନଜନକ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାସ, ରଜନୀ କୁମାର ମହାନ୍ତି, ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର ଓ ଗଣମାଧ୍ୟ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |