କଟକ, ୭।୧୦:ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରକାଶ କରିଛି କୋଶ୍ଚିନ ବ୍ୟାଙ୍କ।ଛାତ୍ରଛାତ୍ରୀମାନେ କୋଶ୍ଚିନ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। CBSE ଓ ICSE ବୋର୍ଡ ପକ୍ଷରୁ ପ୍ରତି ବର୍ଷ କୋଶ୍ଚିନ ବ୍ୟାଙ୍କ୍ ଜାରି କରାଯାଇଥାଏ। ଏହା ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟକ ହୁଏ। ତେଣୁ ସିଏଚ୍ଏସ୍ଇ ପକ୍ଷରୁ କୋଶ୍ଚିନ ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି।ଯୁକ୍ତ ୨ ବୋର୍ଡ ପରୀକ୍ଷା ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶ କଲା CHSE । ପ୍ରଥମ ଥର ପାଇଁ +୨ ଛାତ୍ରଛାତ୍ରୀଙ୍କ ପାଇଁ କେଶ୍ଚିନ୍ ବ୍ୟାଙ୍କ ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ ପ୍ରଶ୍ନପତ୍ର ଉପଲବ୍ଧ ରହିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟର ପ୍ରଶ୍ନପତ୍ର ପ୍ରକାଶ କରାଯିବ । CHSE ୱେବସାଇଟ୍ chseodisha.nic.inରେ ପ୍ରଶ୍ନପତ୍ର ଉପଲବ୍ଧ ଅଛି । ଏନେଇ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛି CHSE ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |