ଇସ୍ରାଏଲ ଯୁଦ୍ଧ : ଭାରତୀୟଙ୍କ ପାଇଁ ଜାରି ହେଲା ସତର୍କ ସୂଚନା

ନୂଆଦିଲ୍ଲୀ,୭।୧୦ :ପାଲେଷ୍ଟାଇନର ଗାଜାରୁ ହାମସା ଆତଙ୍କବାଦୀମାନେ ରକେଟ ମାଡ଼ କରିବା ପରେ ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା ହୋଇଛି। ମାତ୍ର ୨୦ ମିନିଟରେ ହାମସା ପକ୍ଷରୁ ୫ ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରାଯିବାରୁ ୪୦ ଜଣଙ୍କ ଜୀବନ ଗଲାଣି। ଆତଙ୍କବାଦୀମାନେ ଇସ୍ରାଏଲର କିଛି ସହରରେ ମଧ୍ୟ ପ୍ରବେଶ କରି ତାଣ୍ଡବ ରଚିଛନ୍ତି।ଇସ୍ରାଏଲର ଜାତୀୟ ସୁରକ୍ଷା ମନ୍ତ୍ରୀ ଇଟାମାର ବେନ୍-ଗଭିର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ହାମାସ ଏବଂ ଇସ୍ଲାମିକ ଜିହାଦ ଅତି କମରେ ୪୦ ଜଣ ଇସ୍ରାଏଲବାସୀଙ୍କୁ ହତ୍ୟା କରିଛି, ୫୦୦ରୁ ଅଧିକ ଲୋକଙ୍କୁ ଆହତ କରିଛି ଏବଂ କେତେକ ସାଧାରଣ ନାଗରିକଙ୍କୁ ବନ୍ଧକ ରଖିଛି । ଏହି ଭୟଙ୍କର ଆକ୍ରମଣରେ ଗାଜାରୁ ଇସ୍ରାଏଲକୁ ଅନୁପ୍ରବେଶ କରି ଦେଶର ଦକ୍ଷିଣ ଓ କେନ୍ଦ୍ରୀୟ ଅଞ୍ଚଳର ସହରଗୁଡ଼ିକୁ ଟାର୍ଗେଟ କରି ଏକ ବିଶାଳ ରକେଟ୍ ବ୍ୟାରେଜ୍ ଆରମ୍ଭ କରାଯାଇଥିଲା। ଗାଜାରୁ କେନ୍ଦ୍ରୀୟ ଓ ଦକ୍ଷିଣ ଇସ୍ରାଏଲର ବିଭିନ୍ନ ସହର ଉପରେ ପ୍ରାୟ ୨୫୦୦ ରକେଟ୍ ପ୍ରକ୍ଷେପଣ କରାଯାଇ ଜେରୁଜେଲମ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ପାଲେଷ୍ଟାଇନ୍ ଆତଙ୍କବାଦୀମାନେ ସ୍ଥଳ, ସମୁଦ୍ର ଏବଂ ଆକାଶ ମାର୍ଗରେ ଦେଶର ଦକ୍ଷିଣରେ ଅନୁପ୍ରବେଶ କରିଥିଲେ। ଇସ୍ରାଏଲ ସେନା ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦେଶର ଦକ୍ଷିଣ ଓ ମଧ୍ୟ କ୍ଷେତ୍ରରେ ସାଇରନ୍ ବଜାଇ ଚେତାବନୀ ଜାରି କରିଥିଲେ । ଜନତାଙ୍କୁ ଆଶ୍ରୟ କେନ୍ଦ୍ରରେ ରହିବାକୁ ନିବେଦନ କରାଯାଇଥିଲା । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଗାଜାପଟ୍ଟୀରୁ ବହୁ ଆତଙ୍କବାଦୀ ଇସ୍ରାଏଲ ମଧ୍ୟକୁ ଜବରଦସ୍ତ ପ୍ରବେଶ କରିଛନ୍ତି |ସ୍ଥିତି ଦନିକୁ ଦିନ ବିଗିଡ଼ିବାରୁ ଭାରତ ସରକାର ଇସ୍ରାଏଲରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନାଗରିକମାନଙ୍କୁ ସ୍ଥିତି ପ୍ରତି ସତର୍କ ରହିବା ସହ ସୁରକ୍ଷା ପ୍ରୋଟକଲ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!