ଦୁଗ୍ଦ ପକ୍ରିୟାକରଣ କେନ୍ଦ୍ରକୁ ଉଦ୍ଘାଟନ କଲେ, ରାଜକନିକା ବ୍ଳକ୍ସ୍ତରୀୟ ମିଶନଶକ୍ତି ମେଳାରେ ୬୧ଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଋଣପ୍ରଦାନ
ରାଜକନିକା,୮/୧୦: ବଢି ଆଉ ପାମ୍ପଡ଼ ତିଆରି କରି ମହିଳାମାନଙ୍କୁ ସ୍ୱାବଳମ୍ବୀ ହେବା ପାଇଁ ଏବେ ସରକାର ଯୋଜନା କରୁନାହାଁନ୍ତି । ମହିଳାମାନେ କେମିତି ସମାଜରେ ପ୍ରତିଷ୍ଠିତ ହେବା ନେଇ ମିଶନଶକ୍ତି ଜରିଆରେ ଅହରହ ଉଦ୍ୟମ ଜାରି ରଖିଛନ୍ତି । କୋଟି କୋଟି ଟଙ୍କା ସୁବିଧାରେ ଋଣ ପ୍ରଦାନ କରି ଜଣେ ଜଣେ ମହିଳାଙ୍କୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବାକୁ ସରକାର ପ୍ରର୍ଯ୍ୟାପ୍ତ ସୁଯୋଗ ସୃଷ୍ଠି କରୁଥିବାର ରାଜକନିକା ବ୍ଳକ୍ରେ ଶନିବାର ଜୟଶ୍ରୀରାମ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଏକ ଦୁଗ୍ଧ ପକ୍ରିୟାକରଣ କେନ୍ଦ୍ରକୁ ଉଦ୍ଘାଟନ ଏବଂ ରାଜକନିକା ବ୍ଲକ୍ ସମ୍ମିଳନୀ କକ୍ଷରେ ବ୍ଲକ୍ସ୍ତରୀୟ ମିଶନ ଶକ୍ତି ଋଣମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ମତ ରଖିଛନ୍ତି । ଶ୍ରୀଦେବ କହିଛନ୍ତିଯେ, ସରକାର ମହିଳାମାନଙ୍କୁ ବହୁ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ମହିଳାମାନେ ଏବେ ସମାଜରେ ପ୍ରତିଷ୍ଠା ଲାଭ କରିପାରୁଛନ୍ତି । ଆତ୍ମନିର୍ଭରଶୀଳ ହେବା ସହିତ ପରିବାର ପାଇଁ ରୋଜଗାରକ୍ଷମ ହୋଇପାରିଛନ୍ତି । ପରିବାରରେ ହସଫୁଟାଇ ପାରିଛନ୍ତି ।
ରାଜକନିକା ବ୍ଲକ୍ରେ ୬୧ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମନ୍ତ୍ରୀ ଶ୍ରୀଦେବ ଏହି ମେଳାରେ ୩କୋଟି ୯୩ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରିଛନ୍ତି । ମିଶନଶକ୍ତି ବ୍ଲକ୍ ସଂଯୋଜକ ସୁଶାନ୍ତ କୁମାର ମଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଋଣମେଳାରେ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ଶକ୍ତିମନ୍ତ୍ରୀଶ୍ରୀଦେବଙ୍କ ସହିତ ପଞ୍ଚାୟତ ସମିତିର ଅଧ୍ୟକ୍ଷା ମୀନତି ରାଉତ, ଉପାଧ୍ୟକ୍ଷ ତନ୍ନୟ ରଞ୍ଜନ ଦାସ, ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ, ଜିଲାପରିଷଦ ସଭ୍ୟା ଅମିତା ସାହୁ,ବ୍ଲକ୍ସ୍ତରୀୟ ମହାସଂଘର ସଭାନେତ୍ରୀ ସଂଯୁକ୍ତା ଶତପଥୀ ମଞ୍ଚାସୀନ ରହିଥିଲେ । ଦୁଗ୍ଧ ପକ୍ରିୟାକରଣ କେନ୍ଦ୍ର ପାଇଁ ୨୩ ଲକ୍ଷ ପିଏମ୍ଜିପି ଏବଂ ମିଶନଶକ୍ତି ୨୭ଲକ୍ଷ ଆର୍ଥିକ ସହାୟତାରେ ଦେଉଳସାହି ଜୟଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିଛନ୍ତି । ସଂପାଦିକା ସସ୍ମିତା ଦାସ, ସଭାନେତ୍ରୀ ଅମ୍ବିକା ପ୍ରଧାନଙ୍କ ସହିତ ସମସ୍ତ ସଦସ୍ୟାମାନେ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ୍ବିକେ, ସିଆର୍ପି, ବ୍ୟାଙ୍କ ମିତ୍ର ଏବଂ ପଞ୍ଚାୟତସ୍ତରୀୟ ମହାସଂଘର ସଭାନେତ୍ରୀ, ସଂପାଦିକାମାନେ ଉପସ୍ଥିତ ରହିଥିଲେ । ବିପିଏମ୍ ପ୍ରଶାନ୍ତ କୁମାର ରାଉତ, ମହେଶ୍ୱତା ନାୟକ ଏବଂ ବିଏଲ୍ସି ରଞ୍ଜୁଲତା ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |