ଆଜି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌

ଚେନ୍ନାଇ,୭।୧୦ :ଆଜିଠୁ ଆରମ୍ଭ ହେବ ଭାରତର ବିଶ୍ବକପ୍‌ ଅଭିଯାନ।  ଆୟୋଜକ ଭାରତ ଚଳିତ ବିଶ୍ବକପ୍‌ରେ ରବିବାରଠୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ଅଷ୍ଟ୍ରେଲିଆ ବିପକ୍ଷରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଭାରତ ଏହି ମ୍ୟାଚ୍‌ ଖେଳିବ।   ସ୍ପିନକୁ ସୁହାଉଥିବା ଚେନ୍ନାଇର ଚେପକ ଷ୍ଟାଡିୟମରେ ଆଜି ଦିନ ୨ଟାରୁ ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ପାୱାର ହାଉସ ମୁହାଁମୁହିଁ ହେବେ।ଏସିଆନ ଗେମ୍ସରେ ଦେଶବାସୀ ଦେଖିଥିବା ସ୍ୱପ୍ନକୁ ଖେଳାଳିମାନେ କିଛିଟା ଅଂଶରେ ପୂରଣ କରିଛନ୍ତି। ଏବେ ପୂରା ଦେଶରେ ଏସିଆନ ଗେମ୍ସ ମାନିଆ। ଭାରତୀୟ ଆଥଲେଟିକ୍ସମାନେ ମଧ୍ୟ ୧୦୭ ପଦକ ଜିତି ଅବ କି ବାର ୧୦୦ ପାର ନାରାକୁ ସଫଳ କରିଛନ୍ତି।ଉଭୟ ଦଳଙ୍କ ମଧ୍ୟରେ ୧୧ ଦିନ ପୂର୍ବରୁ ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଯେଉଁଠାରେ ଶେଷ ହେଇଥିଲା ଏବେ ସେହିଠାରୁ ପୁଣି ଖେଳ ଆରମ୍ଭ କରି ଦୁଇ ଦଳ ବିଶ୍ବକପ୍‌ ଯାତ୍ରା ଆରମ୍ଭ କରିବେ। ଭାରତର ଏହି ମ୍ୟାଚ୍‌ ପାଇଁ ଚେନ୍ନାଇ ସହର କ୍ରିକେଟ୍‌ ଜ୍ବରରେ ପଡ଼ିଥିଲା ବେଳେ ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍‌ଙ୍କ ଡେଙ୍ଗୁ ଜ୍ବର ଘରୋଇ ଦଳକୁ ଚିନ୍ତାରେ ପକାଇଛି। ଯଦିଓ ବୈଷୟିକ ଦୃଷ୍ଟିରୁ ଗିଲ୍‌ ଏପର୍ୟ୍ୟନ୍ତ ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିନଥିବା ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି, କିନ୍ତୁ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଖେଳାଇବା ପାଇଁ ଦଳ ଯୋଜନା ରଖିଛି।ଏହି ବିଶ୍ବକପ୍‌ ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଆଉ ତିନୋଟି ଶତକ ମାରିଲେ କିଂବଦନ୍ତି କ୍ରିକେଟର୍ ସଚିନ୍‌ ତେନ୍ଦୁଲକରଙ୍କୁ ଟପିଯିବେ। ଏଥିସହିତ ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ଅନେକ ଖେଳାଳି ସେମାନଙ୍କ ପାଇଁ ସ୍ମୃତି ସାଉଁଟିବାକୁ ଚେଷ୍ଟା କରିବେ। କୋହଲିଙ୍କ ସହିତ, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ବିନ ସମ୍ଭବତଃ ସେମାନଙ୍କ ଶେଷ ବିଶ୍ବକପ୍‌ ଖେଳିବାକୁ ଯାଉଥିବାରୁ ଟ୍ରଫି ଜିତିବା ସବୁଠୁ ବଡ଼ ଲକ୍ଷ୍ୟ ରହିବ। ଭାରତୀୟ ପିଚ୍‌ ସ୍ପିନରଙ୍କୁ ସୁହାଉଥିବା କୁହାଯାଉଛି। ତାହାର ବଡ଼ ଉଦାହରଣ ଚେନ୍ନାଇରେ ଦେଖିବାକୁ ମିଳିବ। ଭାରତ ତିନି ଜଣ ସ୍ପିନରଙ୍କୁ ନେଇ ଖେଳିବାକୁ ଯାଉଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି। ତେଣୁ ସ୍ଥାନୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ଦିନିକିଆ କ୍ରିକେଟ୍‌ରେ ନୂଆ ଦିଗ ପାଇବା ପାଇଁ ଭଲ ସୁଯୋଗ ରହିବ। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜା ଅନ୍ୟତମ ସ୍ପିନର ଭାବେ ଦଳରେ ରହିପାରନ୍ତି। ତେଣୁ ଭାରତ ଦୁଇ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜଙ୍କୁ ନେଇ ଖେଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ଦ୍ରୁତ ବୋଲର ଭାବେ ସହୟତା ଦେବେ।ସେହିପରି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ସ୍ପିନ କ୍ରମରେ ଆଦାମ ଜାମ୍ପା ଭାରତୀୟ ଶୀର୍ଷ କ୍ରମକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଅଷ୍ଟ୍ରେଲିଆ ଦଳ ଅତ୍ୟଧିକ ଧଳାବଲ୍‌ କ୍ରିକେଟ୍‌ ଚଳିତ ବର୍ଷ ଖେଳିସାରିଛି। ଅଷ୍ଟ୍ରେଲିଆ ଅପେକ୍ଷା ଭାରତରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଅଭିଜ୍ଞତା ଅଧିକ ରହିଛି। ତେଣୁ ଭାରତୀୟ ସ୍ପିନ ଆକ୍ରମଣକୁ ପ୍ରତିହତ କରିବାକୁ ଆମ ପାଖରେ ଭଲ ରଣନୀତି ରହିଥିବା ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ କହିଛନ୍ତି।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଈଶାନ କିଶନ, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ୍‌ ୱାର୍ଣ୍ଣର, ମିଚେଲ୍‌ ମାର୍ଶ, ମାର୍ନସ ଲବୁସାନ୍‌, ଷ୍ଟିଭ୍‌ ସ୍ମିଥ୍‌, କାମେରୁନ୍‌ ଗ୍ରିନ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ଆଲେକ୍ସ କ୍ୟାରି, ମାର୍କସ ଷ୍ଟୋଇନିସ୍‌, ଆଦାମ ଜାମ୍ପା, ପ୍ୟାଟ୍‌ କମିନ୍ସ, ମିଚେଲ୍‌ ଷ୍ଟାର୍କ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!