ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା,୨୧ ଜଣ ଆହତ

ସୋର,୮।୧୦: ରାଜ୍ୟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା   । ଏହି ଦୁର୍ଘଟଣାରେ ଏକ ଟ୍ରକ ପଛକୁ ତୀର୍ଥଯାତ୍ରୀ ବସ ପିଟିବା ଜଣାପଡିଛି । ଏଥିରେ ୨୧ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର ଗୁରୁତର ଅଛନ୍ତି ।ନେପାଳରୁ ଆସିଥିବା ପ୍ରାୟ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ବସ୍‌ଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍ ଡ୍ରାଇଭରଙ୍କ ସମେତ ୨୧ ଜଣ ଆହତ ହୋଇଛନ୍ତି।ବସ୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନ୍ୟୁାୟୀ, ନେପାଳରୁ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ଧରି ଏହି ବସ୍ ପୁରୀ ଆସୁଥିଲା । ୧୬ନଂ ଜାତୀୟ ରାଜପଥ କଲେଜ ଛକ ରାସ୍ତାରେ ଏକ ଛିଡା ହୋଇଥିବା ଟ୍ରକକୁ ଏହି ତୀର୍ଥଯାତ୍ରୀ ବସ ପିଟିଥିଲା । ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଛି । ବସ ଡ୍ରାଇଭର ଅନ୍ୟମନଷ୍କ ହୋଇ ପିଟିଥିବା କଥା ଅନୁମାନ କରାଯାଉଛି । ସବୁଠାରୁ ବଡ଼ ଆଶ୍ୱସ୍ତିକର ଏହା ଯେ, ଏଥିରେ କୌଣସି ଏପର୍ୟ୍ୟନ୍ତ ପ୍ରାଣହାନୀ ଘଟିନାହିଁ ।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୋଲିସ ପହଁଚି ଆମ୍ବୁଲାନ୍ସ ଡାକାଇଥିଲେ । ଏହାପରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟାନ୍ୟ ଆହତଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!