ନୂଆଦିଲ୍ଲୀ,୮।୧୦: ଇସ୍ରାଏଲ ଉପରେ ପାଲେଷ୍ଟାଇନ୍ର ଇସ୍ଲାମିକ ଆତଙ୍କବାଦୀ ସଂଗଠନ ‘ହମାସ୍’ ପକ୍ଷରୁ ଅତର୍କିତ ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ଉଦ୍ବେଗ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲକୁ ନୈତିକ ସମର୍ଥନ କରିବା ସହ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଇସ୍ରାଏଲ ସହିତ ଭାରତ ରହିଛି ବୋଲି ମୋଦୀ କହିଛନ୍ତି।ପାଲେଷ୍ଟାଇନର ଗାଜାରୁ ହାମସା ଆତଙ୍କବାଦୀମାନେ ରକେଟ ମାଡ଼ କରିବା ପରେ ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା ହୋଇଛି। ମାତ୍ର ୨୦ ମିନିଟରେ ହାମସା ପକ୍ଷରୁ ୫ ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରାଯିବାରୁ ୪୦ ଜଣଙ୍କ ଜୀବନ ଗଲାଣି। ଆତଙ୍କବାଦୀମାନେ ଇସ୍ରାଏଲର କିଛି ସହରରେ ମଧ୍ୟ ପ୍ରବେଶ କରି ତାଣ୍ଡବ ରଚିଛନ୍ତି।ନୂଆଦିଲ୍ଲୀରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ୍ ଏଥିପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ ଭାରତ ସରକାର ଇସ୍ରାଏଲରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପାଇଁ ପରାମର୍ଶ ଦେଇଛନ୍ତି। ଏ ନେଇ ଶନିବାର ନୂଆଦିଲ୍ଲୀ ପକ୍ଷରୁ କେତେକ ପରାମର୍ଶ ଜାରି କରାଯାଇଛି। ସେଠାରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଭାରତୀୟ ନାଗରିକମାନେ ସତର୍କ ରହିବା ସହ ନିରାପତ୍ତା ନିୟମ ମାନି ଚଳିବାକୁ ଓ ଅଯଥା ବାହାରକୁ ନବାହାରିବାକୁ ତେଲଆବିଭ୍ସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ପକ୍ଷରୁ କୁହାଯାଇଛି। ଆବଶ୍ୟକସ୍ଥଳେ ଦୂତାବାସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ ସମସ୍ତ ବିମାନ ବାତିଲ କରାଯାଇଛି। ସ୍ଥିତି ଦନିକୁ ଦିନ ବିଗିଡ଼ିବାରୁ ଭାରତ ସରକାର ଇସ୍ରାଏଲରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନାଗରିକମାନଙ୍କୁ ସ୍ଥିତି ପ୍ରତି ସତର୍କ ରହିବା ସହ ସୁରକ୍ଷା ପ୍ରୋଟକଲ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଦୂତାବାସ ଜାରି କରିଥିବା ବିବୃତିରେ କହିଛି ଯେ ଇସ୍ରାଏଲରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ସେମାନେ ସ୍ଥାନୀୟ ପ୍ରଶାସନ ଜାରି କରୁଥିବା ସୁରକ୍ଷା ପ୍ରୋଟକଲକୁ ପାଳନ କରନ୍ତୁ। ଦୟା କରି ଅତ୍ୟନ୍ତ ସତର୍କ ରୁହନ୍ତୁ ଓ ଅଯଥା ରାସ୍ତାରେ ବୁଲନ୍ତୁ ନାହିଁ। ସୁରକ୍ଷିତ ସ୍ଥାନରେ ଯଥା ସମ୍ଭବ ରହିବାକୁ ଚେଷ୍ଟା କରନ୍ତୁ। ଜରୁରୀ ପରିସ୍ଥିତିରେ ଦୂତାବାସ କର୍ମଚାରୀଙ୍କ ସହ କଥା ହୁଅନ୍ତୁ ବୋଲି ମଧ୍ୟ ଜାରି ହୋଇଥିବା ବିବୃତିରେ କୁହାଯାଇଛି। ହାମସାର ରକେଟ ମାଡ଼ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନହ୍ୟୁ ଶନିବାର ସକାଳେ ଷ୍ଟେଟ ଅଫ ୱାର ବା ଯୁଦ୍ଧ କାଳୀନ ପରିସ୍ଥିତି ସମ୍ପର୍କରେ ଘୋଷଣା କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |