ଚେନ୍ନାଇ,୮।୧୦ :ଆଜିଠୁ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ରେ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳୁଛି ଦଳ। ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରୁଛି। ଭାରତ ଏବେ ବୋଲିଂ କରୁଥିବା ବେଳେ ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଯାଇଛି ଏକ ରେକର୍ଡ। ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ ଟିମ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅଧୀନରେ ଏହି ବିଶ୍ୱକପ ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛି । ତେବେ ପ୍ରଥମ ମ୍ୟାଚରେ ହିଁ ବଡ଼ ଇତିହାସ ଲେଖିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ବିରାଟଙ୍କ ନାଁ ଏକ ବଡ଼ ରେକର୍ଡ ଯୋଡ଼ି ହୋଇଛି । ପୂର୍ବ ଅଧିନାୟକ ଅନିଲ କୁମ୍ବଲେ ଏବଂ ଅନ୍ୟ ଭେଟେରାନ୍ ଖେଳାଳିଙ୍କୁ ଏହି ତାଲିକାରେ ପଛରେ ପକାଇ ଦେଇଛନ୍ତି କିଙ୍ଗ କୋହଲି ।ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ଇନିଂସର ତୃତୀୟ ଓଭରର ଦ୍ୱିତୀୟ ବଲରେ ଭାରତକୁ ସଫଳତା ଦେଇଛନ୍ତି ୟର୍କର କିଙ୍ଗ ଜଶପ୍ରୀତ ବୁମରାହ । ସ୍ଲିପ ଅଞ୍ଚଳରେ କ୍ୟାଚ କରାଇ ଅଷ୍ଟ୍ରେଲିଆର ଓପନର ମିଚେଲ ମାର୍ଶଙ୍କୁ ସେ ପାଭିଲିୟନ ପଠାଇଛନ୍ତି । ତେବେ ମାର୍ଶଙ୍କ ଏହି କ୍ୟାଚ ହାତେଇଛନ୍ତି ଭାରତର ସର୍ବଶ୍ରେଷ୍ଠ ଫିଲ୍ଡର ବିରାଟ କୋହଲି । ଏହି କ୍ୟାଚ ସହିତ କୋହଲି ବିଶ୍ୱକପରେ ସର୍ବାଧିକ କ୍ୟାଚ ନେବାର ରେକର୍ଡ ନିଜ ନାମରେ କରିଛନ୍ତି । ମାର୍ଶଙ୍କ ୱିକେଟ ସହ କୋହଲି ବିଶ୍ୱକପ ଇତିହାସରେ ମୋଟ ୧୫ଟି କ୍ୟାଚ ହାତେଇଛନ୍ତି । ଏହାସହିତ ଜଣେ ନନ୍ ୱିକେଟ କିପର ଭାବରେ ସର୍ବାଧିକ କ୍ୟାଚ ନେଇ ଇତିହାସ କରିଛନ୍ତି ବିରାଟ । ତେବେ ଏହି ତାଲିକାରେ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍ ଅନିଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି । ଅନିଲ କୁମ୍ବଲେ ମୋଟ ୧୪ଟି କ୍ୟାଚ ନେଇଥିବା ବେଳେ କପିଲ ଦେବ ଏବଂ ସଚିନ୍ ତେନ୍ଦୁଲକର ୧୨ଟି ଲେଖାଏଁ କ୍ୟାଚ ନେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |