ଆଇଏଏସ ସ୍ତରରେ ଅଦଳବଦଳ

 ଭୁବନେଶ୍ୱର,୮ା୧୦ :  ଆଇଏଏସ ସ୍ତରରେ ରାଜ୍ୟ ସରକାର  ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସଚିବ ଥିବା ବିଷ୍ଣୁପଦ ସେଠିଙ୍କୁ ସମାଜିକ ସୁରକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି। ଯୋଜନା ଓ ସମୋନ୍ନୟ ବିଭାଗ ସଚିବ ଥିବା ଭାସ୍କର ଜ୍ୟୋତି ଶର୍ମାଙ୍କୁ  ଲ୍ୟାଣ୍ଡ ରେକର୍ଡସ୍ ଏବଂ ସେଟେଲମେଣ୍ଟ ସଚିବ ଭାବେ ନିୟୁକ୍ତ କରାଯାଇଛି। ପାନୀୟ ଜଳ ଏବଂ ପରିମଳ ବିଭାଗ ସଚିବ ଓ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ପଦରେ ଥିବା ବି ପରମେଶ୍ବରନଙ୍କୁ ଚକବନ୍ଦୀ କମିଶନର ଭାବେ ନିଯୁକ୍ତ କରାଯାଇଛି।ସେହିପରି ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ଥିବା ରାମାଶିଷ ହାଜରାଙ୍କୁ ବୋର୍ଡ ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଶ୍ରୀ ହାଜରା ବୋର୍ଡ ସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ। ଗତ ଅଗଷ୍ଟ ମାସର ତାଙ୍କୁ ବୋର୍ଡ ସଭାପତି ପଦରୁ ପଶୁପାଳନ ଓ ପ୍ରାଣୀଧନ ବିଭାଗକୁ ବଦଳି କରାଯାଇଥିଲା। ଆଜି ପୁଣି ତାଙ୍କୁ ବୋର୍ଡ ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଅନ୍ୟପଟେ ବୋର୍ଡ ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିବା  ଜ୍ୟୋତିପ୍ରକାଶ ଦାସଙ୍କୁ ପଞ୍ଚାୟତିରାଜ ନିର୍ଦେଶକ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଏଥି ସହିତ ସେ IG ରେଜିଷ୍ଟ୍ରେସନ ଓ ରାଜସ୍ୱ ଅଧିକାରୀଙ୍କ ତାଲିମ ପ୍ରତିଷ୍ଠାନ(ରୋଟି)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।ଅନ୍ୟପଟେ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ପଦରେ ଥିବା ଅରିନ୍ଦମ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦେଶକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏସସି ଓ ଏସଟି ବିଭାଗର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ରାଜସ୍ୱ ବିଭାଗରେ ଥିବା ସୁବ୍ରତ ଶତପଥୀଙ୍କୁ IGR ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!