ଚିହ୍ନଟ ହୋଇପାରିଲାନି ୨୮ ଶବ, ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮ା୧୦:  ବାହାନଗା ଟ୍ରେନ ଟ୍ରାଜେଡି ଘଟଣା । ବାଲେଶ୍ୱର ଜିଲ୍ଲା ବାହାନଗାରେ ଗତ ଜୁନ୍ ୨ ତାରିଖରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆହୁରି ୨୮ଟି ମୃତଦେହ ଚିହ୍ନଟ ହୋଇନପାରି ଭୁବନେଶ୍ୱର ଏମ୍‌ସରେ ଥିବା ବେଳେ ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତ୍ତି ହୋଇଛି ଓ ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ସେଗୁଡ଼ିକର ଅନ୍ତିମ ସଂସ୍କାର କରାଯିବ।ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହ ହେବ ଡିସପୋଜ । ଡିସପୋଜ କରିବ ଭୁବନେଶ୍ଵର ମହାନଗର ନିଗମ ।  ଡିଏନଏ ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ AIIMS ଭୁବନେଶ୍ଵରରେ ପଡ଼ି ରହିଛି ଏସବୁ ମୃତଦେହ । ବଡି ଡିସପୋଜ ପାଇଁ ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା ।ଏହାପରେ ଅକ୍ଟୋବର ୭ରେ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀର ଡିସପୋଜ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି  । ଜାରି କରିଛି ଏସଓପି । ଏସଓପି  ଅନୁସାରେ, AIIMS ଭୁବନେଶ୍ଵରରୁ ମୃତଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସତ୍କାର ଯାଏଁ ସବୁକିଛି ଭିଡିଓଗ୍ରାଫି ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!