ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରଖଣ୍ଡ ଗସ୍ତରେ ପହଞ୍ଚିଛନ୍ତି। ଏହି ସମୟରେ ପିଥୋରାଗଡର ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଗୁଞ୍ଜୀ ଗ୍ରାମକୁ ଯିବେ, ଯେଉଁଠାରେ ସେ ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀର କର୍ମକର୍ତ୍ତାଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର କୁମାଓନ ଅଞ୍ଚଳରେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ। ଉତ୍ତରଖଣ୍ଡ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁଞ୍ଜୀ ଗାଁର ଲୋକଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ମଧ୍ୟ ମିଳିବ। ମୁଁ ଆଧ୍ୟାତ୍ମିକ ଗୁରୁତ୍ୱପୂର୍ଣ୍ଣ ପାର୍ବତୀ କୁଣ୍ଡ ପରିଦର୍ଶନ କରିବା ଏବଂ ଜଗଶ୍ୱର ଧାମରେ ପୂଜାପାଠ କରିବାକୁ ମଧ୍ୟ ଅପେକ୍ଷା କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!