ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ

ସମ୍ବଲପୁର,୧୩ା୧୦ : ଆଜି ୧୨ ଘଣ୍ଟିଆ ବୁର୍ଲା ସହର ବନ୍ଦ । ବୁର୍ଲା ନାଗରିକ ପକ୍ଷରୁ ବୁର୍ଲା ୧୨ ଘଣ୍ଟିଆ  ବନ୍ଦ ଡାକରା । ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପଯ୍ୟନ୍ତ ବୁର୍ଲା ସହର ର ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ପ୍ରଥମେ ବୁର୍ଲାବାସୀଙ୍କୁ ଥଇଥାନ କରାଯାଉ ପରେ ଉଚ୍ଛେଦ କାର୍ଯ୍ୟ କରାଯାଉ ବୋଲି ଦାବି କରିଛନ୍ତି ବୁର୍ଲାବାସୀ ।ଏହି ବନ୍ଦ ଡାକରା ଦେଇଛି ବୁର୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ବୁର୍ଲା ବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଓ ମହାନଗରନିଗମ ପକ୍ଷରୁ ଚାଳିଥିବା ଜବର ଦଖଲ ଉଚ୍ଛେଦକୁ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି । ଏହା ଯୋଗୁଁ ଆଜି ବୁର୍ଲା ସହରରେ ସବୁ ସ୍କୁଲ,କଲେଜ ଓ ବିଶ୍ୱ ବିଦ୍ୟାଳୟ ବନ୍ଦ ରହିଛି । ଏହା ଛଡା ଗାଡିଚଳାଚଳା ମଧ୍ୟ ବନ୍ଦ ରହିଛି । ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!