ଇସ୍ରାଏଲରୁ ୨୩୦ ଭାରତୀୟଙ୍କୁ ନେଇ ଭାରତ ଫେରିବ ବିମାନ

ଜେରୁଜେଲମ,୧୨।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସେଠାରେ ଫସିରହିଥିବା ଭାରତୀୟଙ୍କୁ ନେଇ ପ୍ରଥମ ଚାର୍ଟର ବିମାନ ଗୁରୁବାର ରାତିରେ ବେନ ଗୁରିୟନ ବିମାନବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା କରିବ। ସୂଚନାନୁସାରେ, ପ୍ରଥମ ସେବା ଭିତ୍ତିରେ ଏହି ବିମାନ ଗୁରୁବାର ରାତି ୯ଟାରେ ୨୩୦ଜଣ ଭାରତୀୟଙ୍କୁ ନେଇ ଇସ୍ରାଏଲରୁ ବାହାରିବ। ଏହି ଯାତ୍ରାର ସମ୍ପୂର୍ଣ୍ଣ ଖର୍ଚ୍ଚ ଭାରତ ସରକାର ବହନ କରିବେ।ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ‌ଲାଗିଥିବା ବେଳେ ଇସ୍ରାଏଲ୍‌ରେ ଆତଙ୍କିତ ଅବସ୍ଥାରେ ଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆରମ୍ଭ ହୋଇଥିବା ‘ଅପରେସନ୍‌ ଅଜୟ’ରେ ଆଜି ରାତିରେ ତେଲ୍‌ ଆଭିଭ୍‌ ଅନ୍ତର୍ଗତ ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରୁ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ କରିବ  ସ୍ବଦେଶ ଫେରିଯିବାକୁ ଭାରତୀୟ ଦୂତାବାସରେ ନାମ ପଞ୍ଜିକରଣ କରିଥିବା ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇସ୍ରାଏଲୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ। ଅପରେଶନ ଅଜୟ ଅଧୀନରେ, ଏହି ବିମାନର ବ୍ୟବସ୍ଥା ସେହି ଲୋକଙ୍କୁ ସାହାଯ୍ୟ କରିବା ପାଇଁ କରାଯାଇଛି ଯେଉଁମାନେ ଇସ୍ରାଏଲରୁ ଭାରତକୁ ଫେରିବାକୁ ଚାହୁଁଛନ୍ତି କିନ୍ତୁ ବିମାନ ସେବା ଉପଲବ୍ଧ ନ ଥିବାରୁ ସେମାନେ ଫେରିପାରୁ ନାହାଁନ୍ତି।ଆଜି ଠାରୁ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଅଜୟ ଆରମ୍ଭ କରାଯାଉଛି। ଆଜି ଭାରତରୁ ଗୋଟିଏ ବିମାନ ତେଲ ଅଭିଭ ଯିବ। ସେଠାରୁ ପ୍ରଥମ ଦଫାରେ ୨୩୦ ଜଣ ଭାରତୀୟଙ୍କୁ ଧରି ଆସନ୍ତାକାଲି ସ୍ୱଦେଶ ଫେରିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି।ଏହି ସମୟରେ ସେ କହିଛନ୍ତି ଯେ ଭାରତ ସରକାର ଇସ୍ରାଏଲ ଓ ଗାଜାରେ ଫସିଥିବା ସବୁ ଭାରତୀୟଙ୍କୁ ସହାୟତା କରାଯିବ। ଗାଜା ଓ ୱେଷ୍ଟ ବ୍ୟାଙ୍କରୁ ଏଯାଏ କୌଣସି ଭାରତୀୟ ସହାୟତା ମାଗି ନାହାନ୍ତି।ୱେଷ୍ଟ ବ୍ୟାଙ୍କରେ ପ୍ରାୟ ୧୨ ଜଣ ଭାରତୀୟ ଓ ଗାଜାରେ ସମ୍ଭବତଃ ୩ରୁ ୪ ଜଣ ଭାରତୀୟ ରହିଛନ୍ତି। ଯଦି ସେମାନେ ସହାୟତା ପାଇଁ ଅନୁରୋଧ କରିବେ, ତା’ହେଲେ ଆମେ ସହଯୋଗ ଯୋଗାଇ ଦେବୁ। କିନ୍ତୁ ଏଯାଏ ସେମାନଙ୍କ ଠାରୁ କୌଣସି ପ୍ରକାରର ସହାୟତା ଅନୁରୋଧ ଆସିନାହିଁ ବୋଲି ସେ କହିଛନ୍ତି।ଏ ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନେ ଇ-ମେଲ୍‌ ପାଇଛନ୍ତି। ସେଥିରେ ସୂଚନା ଦିଆଯାଇଛି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତେଲ୍‌ ଅଭିଭ୍‌ରୁ ଦିଲ୍ଲୀକୁ ଏକ ଚାର୍ଟଡ୍‌ ବିମାନ ଚଳାଇବ। ଆଜି ରାତି ୯ଟା ବେଳେ ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିବେ।ଗୋଟାଏ ‘ଗୁଗଲ୍‌‘ ଫର୍ମ ପୂରଣ କଲେ ଯାଇ ସୁନିଶ୍ଚିତ ମେସେଜ୍‌ ପାଇବେ ‌ବୋଲି ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଖକୁ ଆସିଥିବା ମେଲ୍‌ରେ ଉଲ୍ଲେଖ ଅଛି। ସେଥିରେ ଲେଖାଅଛି ଯେ, ୨୩ କିଲୋରୁ ଅଧିକ ହୋଇ ନ ଥିବା କେବଳ ଗୋଟିଏ ଲଗେଜ୍‌ ଓ ଗୋଟିଏ କ୍ୟାବିନ୍‌ ଲଗେଜ୍‌ ନେବା ପାଇଁ ଚେକ୍‌-ଇନ୍‌ରେ ଅନୁମତି ମିଳିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!