ଶ୍ରୀକ୍ଷେତ୍ର ପୁରୀରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୧୨।୧୦: ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ନବୀନଙ୍କୁ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିପାରନ୍ତି । ନବୀନ ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା, ଆଲୋଚନା ଜୋର୍‌ ।   ପୁରୀର ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ରଙ୍କ ବଡ଼ ମନ୍ତବ୍ୟ । ନବୀନ ଲଢ଼ିଲେ ସମସ୍ତେ ସ୍ୱାଗତ କରିବେ କହିଲେ ରାମକୃଷ୍ଣ ।ରାମକୃଷ୍ଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଗନ୍ନାଥଧାମରୁ ନିର୍ବାଚନ ଲଢିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ। ଗତ ନିର୍ବାଚନରେ ବି ନବୀନ ଦୁଇଟି ଆସନରୁ ଲଢ଼ିଥିଲେ। ଏଥର ବି ସେହି ଫର୍ମୁଲାରେ ପୁରୀକୁ ବାଛି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ କହିଲେ ରାମକୃଷ୍ଣ । ରାମକୃଷ୍ଣଙ୍କ ମନ୍ତବ୍ୟ ସହ ପୁରୀର ବିଭିନ୍ନ କାର୍ଯ୍ୟ ବି ଚର୍ଚ୍ଚା ବଢ଼ାଇଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏୟାରପୋର୍ଟ ଚର୍ଚ୍ଚାକୁ ବଢ଼ାଇଲା । ଡିସେମ୍ବର ସୁଦ୍ଧା ପରିକ୍ରମା ପ୍ରକଳ୍ପ ସାରିବାକୁ ଚାଲିଛି କାମ । ପୁରୀରେ ଏୟାରପୋର୍ଟ ପାଇଁ ନିଜେ ନବୀନ ମୋଦିଙ୍କୁ ଭେଟିଛନ୍ତି । ଗତ ନିର୍ବାଚନରେ ୨ଟି ଆସନରୁ ଲଢ଼ିଥିଲେ ନବୀନ । ହିଞ୍ଜିଳି ଏବଂ ବିଜେପୁରରୁ ଲଢ଼ି ଜିତିଥିଲେ ମୁଖ୍ୟମନ୍ତ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!